ବାରଙ୍ଗ,୨ା୮(ଏସଏସନିଉଜ) ସରକାରୀ ଅନୁଦାନ ଓ ଯୋଜନା ସମୂହ ବିଷୟକୁନେଇ ଏକ କୃଷକ ସଚେତନତା ଶିବିର ମେଣ୍ଢାଶାଳ ଗ୍ରାମରେ ଶୁକ୍ରବାର ଦିନଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇଷ୍ଟିଚ୍ୟୁଟ୍ ଅଫ୍ ଆଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ସହକାରୀ ଅଧ୍ୟାପକ ଡ. ରାମକୃଷ୍ଣ ବସ୍ତିଆଙ୍କ ତତ୍ତ୍ବାବଧାନରେ ଆଇଏଏସ୍ ର ୨୦ଜଣ ଛାତ୍ର (ବି-୪) ଗ୍ରାମର ବିଭିନ୍ନ ସାହି ବୁଲିବା ସହ,ଗ୍ରାମବାସୀମାନଙ୍କୁ ସରକାରଙ୍କଦ୍ବାରା ମିଳୁଥିବା ଅନୁଦାନ ଓ ଯୋଜନାଗୁଡିକ ବିଷୟରେ ତଥ୍ୟ ଦେଇଥିଲେ ଓ ସଚେତନ କରାଇଥିଲେ।ଚାଷୀମାନେ କିପରି ସରକାରଙ୍କର ବିଭିନ୍ନ କୁଷିଭିତ୍ତିକ ଅନୁଦାନ ଓ ଯୋଜନାଦ୍ବାରା କିଭଳି ଲାଭାନ୍ବିତ ହୋଇପାରିବେ ସେବିଷୟରେ ବୁଝାଇଥିଲେ ।ଛାତ୍ରମାନଙ୍କଦ୍ବାରା ଏହି ସଚେତନତା କାର୍ୟ୍ୟକ୍ରମରେ ଏକ ନାଟକ ମଧ୍ୟ ପରିବେଶିତ ହୋଇଥିଲା।ମହାବିଦ୍ୟାଳୟ ତରଫରୁ ଏହିଭଳି କାର୍ୟ୍ୟକ୍ରମ ଆଗାମୀଦିନରେ ଚାଷୀ ଭାଇମାନଙ୍କପାଇଁ ଆହୁରି ଲାଭଦାୟକ ହୋଇପାରିବ ବୋଲି ଜଣାପଡିଛି।