ଗଞ୍ଜାମରେ ନିର୍ବାଚନ ପରବର୍ତ୍ତୀ ହିଂସା

ଗଞ୍ଜାମ ,୨୭/୩(ଏସଏସନିଉଜ) ନିର୍ବାଚନ ପରବର୍ତ୍ତୀ ହିଂସା ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଶାଣିନୁଆ ଗାଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀ ଏଲଆଇଜି ୯୪ ଷ୍ଟେଜ ୨ରେ ଏହି ଘଟଣା ଘଟିଛି । ପୂର୍ବତନ କର୍ପୋରେଟର ତଥା ଏଥର ୧୨ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ବିରେନ ପଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସଙ୍କ ଘର ଉପରକୁ ଆକ୍ରମଣ କରିବାସହ ବାଇକକୁ ଭାଙ୍ଗିଦେଇଛନ୍ତି । ସ୍ମାମୀସ୍ତ୍ରୀ ଉଭୟ ଉଭୟ ଏଥର ନିର୍ବାଚନ ଲଢୁଥିବାବେଳେ ଗତକାଲି ନିର୍ବାଚନ ଫଳାଫଳରେ ପରାଜିତ ହୋଇଛନ୍ତି । ବିଳମ୍ବିତ ରାତିରେ ଦୁର୍ବୁତମାନେ ଏକ କାରରେ ଆସି ତାଙ୍କ ଘରସାମ୍ନାରେ ଥୁଆହୋଇଥିବା ବାଇକକୁ ଭାଙ୍ଗିଦେଇଥିଲେ ।ଅଶ୍ଳିଳଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ ।ସ୍ଥାନୀୟ ଲୋକମାନେ ପାଟିଶୁଣି ଶୁଣି ବାହାରକୁ ଆସି ଦେଖିଲା ବେଳକୁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ କରୁଥିବା ଦେଖିବାକୁ ପାଇଥିଲେ ।ତେବେ ରାଜନୈତିକ ହିଂସା ବୋଲି ଅନୁମାନ କରାଯାଉଥିବାବେଳେ ସେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Comments (0)
Add Comment