ଗାନ୍ଧିଜୀଙ୍କ ପ୍ରତିମୂର୍ତୀ ଭାଙ୍ଗିଲେ ଦୁର୍ବୃତ

ବାରଙ୍ଗ,୨୨/୮(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ସାନମୁଣ୍ଡଳି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସରେ ଅନାବରଣ ହୋଇଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତୀକୁ କେହି ଦୁର୍ବୁତ ଭାଙ୍ଗିଦେଇଛନ୍ତି । ଶନିବାର ବିଲମ୍ବିତ ରାତ୍ରରେ କେହି ଅଜଣା ଦୃର୍ବୁତ ଗାନ୍ଧିଜୀଙ୍କ ପ୍ରତିମୂର୍ତୀକୁ ଭାଙ୍ଗି ଦେଇଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ।ଦୁର୍ବୁତମାନଙ୍କର ଏହି କାର୍ଯ୍ୟକୁ ବାରଙ୍ଗ ଅଂଚଳର ସଚେତନଶୀଳ ନାଗରିକମାନେ ଘୋର ନିନ୍ଦା କରିଛନ୍ତି ।ଗ୍ରାମ୍ୟକମିଟିର ସଦସ୍ୟମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ବିଷୟରେ ରବିବାରଦିନ ଗୋଡିସାହିଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୁତମାନଙ୍କ ପତାପାଇବାରେ ସକ୍ଷମ ହୋଇପାରିନାହିଁ (ଗୈାତମରାଉତଙ୍କରିପୋର୍ଟ) ।

Comments (0)
Add Comment