ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ତୃତୀୟଦିବସ

ମାମଙ୍ଗଳା ଓ ମଧୁବନ କ୍ୱାଟର ଫାଇନାଲରେ ପ୍ରବେଶ

ବାରଙ୍ଗ,୧୦/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ମଙ୍ଗଳବାର ଥିଲା ତୃତୀୟଦିବସ।ତୃତୀୟଦିବସରେ କେବଳ ଗ୍ରାମାଞ୍ଚଳ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ତୃତୀୟ ଦିବସର ଟର୍ଣ୍ଣମେଣ୍ଟକୁ ଭୁବନେଶ୍ୱର ମଧ୍ୟବିଧାୟକ ଅନନ୍ତନାରାୟଣଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାସଂଗଠକ ନବରଞ୍ଜନ ପଟ୍ଟନାୟକ,ବିଜେଡି ନେତା ସନ୍ତୋଷ କୁମାର ନାଥ,ପ୍ରଶାନ୍ତ ପଢ଼ିହାରି,ଗ୍ରାମ୍ୟକମିଟି ସମ୍ପାଦକ ଜିତେନ୍ଦ୍ରସେନାପତୀ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।
ଗ୍ରାମାଂଚଳର ବି ବିଭାଗର ପ୍ରଥମମ୍ୟାଚ ଉରାଳୀ ସହ ପଦ୍ମକେଶରୀପୁର ମଧ୍ୟରେ ହୋଇଥିଲା।ପଦ୍ମକେଶରୀପୁର ୨-୦ ଗୋଲରେ ଉରାଳି ଫୁଟବଲ୍ ଟିମ୍ କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଦିତୀୟମ୍ୟାଚ୍ ଗ୍ରାମାଞ୍ଚଳ ଏ ବିଭାଗର ବଉଳକୁଦର ସ୍ଵର୍ଣ୍ଣଦେବୀକ୍ଲବ ଓ ମଧୁବନକ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ମଧୁବନକ୍ଲବ ୨-୦ ଗୋଲରେ ସ୍ଵର୍ଣ୍ଣଦେବୀକ୍ଲବକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।୧୦ ନମ୍ୱରଜର୍ସିଖେଳାଳୀ ସୋରେନ ମ୍ୟାନଅଫଦିମ୍ୟାଚ୍ ହୋଇଥିଲେ।ତୃତୀୟମ୍ୟାଚ୍ ଗୋଠପୁରର ମା ମଙ୍ଗଳା କ୍ଲବ ସହ ମଇନ୍ଦପୁର ଫୁଟବଲ୍ ଏକାଡେମୀ ମଧ୍ୟରେ ହୋଇଥିଲା।ଏଥିରେ ଗୋଠପୁର ୨-୧ ଗୋଲରେ ମଇନ୍ଦପୁର କୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।ଭାବଗ୍ରାହି ପଢ଼ିହାରି ମ୍ୟାନ ଆଫ ଦି ମ୍ୟାଚ୍ ହୋଇଥିଲେ।
ଏହାପରେ ସହରାଞ୍ଚଳର କଟକ ସନରାଇଜ କ୍ଲବ ଓ ତାମିଲନାଡୁ ପୋଲିସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।ଏଥିରେ ସନରାଇଜକ୍ଲବ ୩-୦ ଗୋଲରେ ତାମିଲନାଡୁ ପୋଲିସକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲା।ଦଳପକ୍ଷରୁ ୭ନମ୍ୱର ଜର୍ସି ପର୍ଭେଜ୍ ଭୂୟାଁ ଦୁଇଟି ଓ ୮ନମ୍ୱର ଜର୍ସି ନାଇଜେରିଆ ଖେଳାଳୀ ଗୋଟିଏ ଗୋଲଦେଇ ଦଳକୁ ବିଜୟ କରାଇଥିଲେ ବୋଲି
ୟୁନାଇଟେଡ ୟୁଥ୍ ସ୍ପୋର୍ଟସ କ୍ଲବର ସମ୍ପାଦକ ସୂଚନା ଦେଇଛନ୍ତି।(ଜ୍ଞାନରଞନପ୍ରଧାନଙ୍କ ରିପୋର୍ଟ)

Comments (0)
Add Comment