ବାରଙ୍ଗ,୯/୧୨(ଏସଏସନିଉଜ)ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ସୋମବାର ଥିଲା ଦ୍ୱିତୀୟଦିବସ।ଦ୍ୱିତୀୟ ଦିବସରେ କେବଳ ଗ୍ରାମାଞ୍ଚଳ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ଦ୍ୱିତୀୟ ଦିବସର ଟର୍ଣ୍ଣମେଣ୍ଟକୁ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମାଞ୍ଚଳ ବିଭାଗର ବି ଡିଭିଜନର ପ୍ରଥମମ୍ୟାଚ ଗବବସ୍ତ ସ୍ପୋର୍ଟସକ୍ଲବ ଓ ଅଡଶପୂରର ଜୟଦେବ କ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ଗବବସ୍ତ ୫-୪ ଟ୍ରାଇବ୍ରେକର ରେ ଜୟଦେବ କ୍ଳବକୁ ପରାସ୍ତ କରି ଥିଲା।ସେହିଭଳି ଗ୍ରାମାଞ୍ଚଳର ଦ୍ୱିତୀୟ ମ୍ୟାଚ ତଣ୍ଡିକଣାର କୃଷକବନ୍ଧୁ କ୍ଲବ ଓ ନରିଶୋ କଣ୍ଟାପଡ଼ା ମଧ୍ୟରେ ହୋଇଥିଲା।ଏଥିରେ ତଣ୍ଡିକଣା୪-୩ ଟ୍ରାଇବ୍ରେକରରେ କଣ୍ଟାପଡାକୁ ପରାସ୍ତ କରିଥିଲା। ଗ୍ରାମାଞ୍ଚଳର ପ୍ରଥମ ସେମିଫାଇନାଲ ମ୍ୟାଚ ଗବବସ୍ତ୍ ସହ ତଣ୍ଡିକଣା ମଧ୍ୟରେ ହୋଇଥିଲା।ଏଥିରେ ଗବବସ୍ତ୍ ୫-୪ ଟ୍ରାଇବ୍ରେକରରେ ବିଜୟୀ ହୋଇ ଗ୍ରାମାଞ୍ଚଳ ବି ଡିଭିଜନର ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା।
ଗ୍ରାମାଞ୍ଚଳ ବିଭାଗର ଏ ଡିଭିଜନର ପ୍ରଥମ୍ ମ୍ୟାଚ୍ମୁଣ୍ଡମୁହାଣର ଜୟ ଜଗନ୍ନାଥ କ୍ଲବ୫-୧ ଗୋଲରେ ଉଷୁମାର ମଦନ ମୋହନ କ୍ଲବକୁ ପରାସ୍ତ କରି କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା। ଦଳପକ୍ଷରୁ ୧୦ନମ୍ୱର ଖେଳାଳି ରାଜେଶ୍ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।
ଦ୍ୱିତୀୟମ୍ୟାଚ ଘଟିକିଆର ବଜରଙ୍ଗବାଲି କ୍ଲବ ୫-୪ ଟ୍ରାଇବ୍ରେକରରେ ବେଲାଗଛିଆର ବେଲେଶ୍ୱରକ୍ଲବ କୁ ପରାସ୍ତ କରି କ୍ୱାଟର ଫାଇନାଲ କୁ ପ୍ରବେଶ କରିଥିଲା।ଦଳପକ୍ଷରୁ ତୋଫାନ ନାୟକଙ୍କୁ ମ୍ୟାନଅଫଦି ମ୍ୟାଚ୍ ଘୋଷଣା କରାଯାଇଥିଲା।ୟୁନାଇଟେଡ ୟୁଥ୍ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।