ଗାଡ଼ିଅଟକାଇ କୁନିଝିଅ ହାତରୁ ଫୁଲତୋଡ଼ାନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ରାସ୍ତାରେ ଗାଡ଼ି ଅଟକାଇ କୁନି ଝିଅ ହାତରୁ ଫୁଲ ତୋଡ଼ା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ରାଜ୍ୟ ସଂଗ୍ରହାଳୟକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାକଡ଼ ରେ ଛିଡ଼ା ହୋଇଥିଲା କୁନି ଝିଅ।ଅନ୍ୟପଟେ ରଜ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା।ପହିଲି ରଜରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ।Xରେ ପୋଷ୍ଟ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

Comments (0)
Add Comment