ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଶ୍ରମିକ

ସମ୍ବଲପୁର ,୧୯/୩(ଏସଏସନିଉଜ) କୁଚିଣ୍ଡାରେ ଥବବା ଭେଡେନ୍ ନଦୀରେ ଗାଧୋଉଥିବା ବେଳେ ଦୁଇ ଶ୍ରମିକ ବୁଡ଼ି ମୃତୁବରଣ କରିଛନ୍ତି ।ଏମାନେ ବିହାରର ହୋଇଥିବା ବେଳେ କୁଚିଣ୍ଡାର ଏକ ଭଡ଼ା ଘରେ ରହି ଦୁଇ ଜଣ ଶ୍ରମିକ କାମ କରୁଥିଲେ । ମୃତ ଦୁଇ ଶ୍ରମିକ କାମ ସାରି ନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିବା ର ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି ।

Comments (0)
Add Comment