ଗଛରେ ଝୁଲୁଛି ଶବ

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ରାଜଧାନୀର ମେ ଫେୟାର ହୋଟେଲ ଛକ ପାଖରେ ଥିବା ଗୋଟିଏ ଗଛରେ ଜଣେ ଯୁବକର ଝୁଲନ୍ତା ଶବ ଦେଖିବାକୁ ମିଳିଛି। ପାଖରେ ଥିବା ପାଚେରୀ ଉପରେ ଚପଲ, ଗୋଟେ ପ୍ୟାଣ୍ଟ, ସାର୍ଟ, ଗାମୁଛା ଓ ଏକ ସାଲ ରହିଛି। ମୃତ ବ୍ୟକ୍ତିର ପରିଚୟ ମିଳିନାହିଁ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments (0)
Add Comment