ଫୁଟିଲା ବ୍ରହ୍ମକମଳ ପୁଷ୍ପ

ବାରଙ୍ଗ,୪/୧୦(ଏସଏସ ନିଉଜ)କେନ୍ଦୁପାଟଣା ଗାଁ ସଭାପତି ପ୍ରଦୀପ୍ତ ବେଉରାଙ୍କ ଅଗଣାରେ ଦିତୀୟଥର ପାଇଁ ବ୍ରହ୍ମକମଳ ପୁଷ୍ପ ସୋମବାର ବିଳମ୍ବିତ ରାତିରେ ଫୁଟିବା ପରେ ପରିବାର ଲୋକ ରାତାରାତି ଜଗନ୍ନାଥଙ୍କ ଚରଣରେ ଅର୍ପିତ କରିବା ପାଇଁ ପୁରୀ ଯାତ୍ରା କରିଥିଲେ।ସେହିଁଭଳିଭାବେ ପଞ୍ଚୁପାଳଗାଁର ପ୍ରସନ୍ନ ସଡଙ୍ଗୀଙ୍କ ବାଡ଼ିରେ ଦୁଇଟି ବ୍ରହ୍ମକମଳ ପୁଷ୍ପ ସୋମବାର ରାତିରେ ଫୁଟିଥିଲା।ଏହାପୂର୍ବରୁ କିଛିଦିନ ତଳେ ଆଉ ଦୁଇଟି ମଧ୍ୟ

ଫୁଟିଥିଲା।ଏହି ପୁଷ୍ପ ଫୁଟିବାର ଜାଣିପାରି ତାଙ୍କ ପରିବାର ଲୋକ ଉସାହ ଓ ନୀତିକାନ୍ତିରସହ ଅପେକ୍ଷା କରିଥିଲେ।ରାତିରେ ଦୁଇଟିପୁଷ୍ପ ଫୁଟିବା ପରେ ଶ୍ରଦ୍ଧାର ସହ କଣ୍ଟାପାଟଣା ଗାଁ ଦଧିବାମନ ମନ୍ଦିରରେ ଅର୍ପଣ କରିଥିଲେ।
ବାଲିପଡାଗାଁରେ ସୋମବାର ରାତିରେ ଫୁଟିଲା ବ୍ରହ୍ମ କମଳ ପୁଷ୍ପ।ଉମେଶ ବସ୍ତିଆଙ୍କ ଘର ଅଗଣାରେ ଥିବା ଫୁଲ ବଗିଚାରେ ୨ଟି ବ୍ରହ୍ମକମଳ ପୁଷ୍ପ ଫୁଟିଥିଲା।ପରିବାର ଲୋକ ରାତାରାତି ପୁଷ୍ପ ଦୁଇଟିକୁ ନେଇ ଢାଉଆସ୍ଥିତ ସୋମନାଥ ମନ୍ଦିରରେ ପ୍ରଦାନ କରିଛନ୍ତି।

Comments (0)
Add Comment