ମୟୂରଭଞ୍ଜ, ୨୨/୩(ଏସଏସନିଉଜ) ରାସଗୋବିନ୍ଦପୁର ରେଞ୍ଜ୍ ବାଉଁଶୁଣି ଗାଁରେ ହାତୀ ଘଉଡ଼ାଇବା ବେଳେ ହାତୀଟି ଫରେଷ୍ଟ ଗାର୍ଡଙ୍କୁ ଦଳି ମାରିଦେଇଛି ।ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ଚନ୍ଦ୍ରକାନ୍ତ ରାଉତ । ଗତକାଲି ରାତି ୧୦ଟା ସମୟରେ ବନଶୁଲି ଗ୍ରାମରେ ହାତୀକୁ ଘଉଡାଇବା ସମୟରେ ବନରକ୍ଷୀ ଚନ୍ଦ୍ରକାନ୍ତ ରାଉତ ଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ଦଳି ଦେଇଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଫରେଷ୍ଟ ଗାର୍ଡଙ୍କୁ ମାରିଲା ହାତୀ
