୧-ଫିକା ପଡିଲା ଋତୁରାଜଙ୍କ ବିସ୍ଫୋରକ ଶତକ, ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକରେ ଚେନ୍ନାଇକୁ ୭ ଓ୍ଵିକେଟ୍ରେ ମାତ୍ ଦେଲା ରାଜସ୍ଥାନ ।
୨-ଆଇପିଏଲ୍: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪ ଓ୍ଵିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ
୩-ନିକଟରେ ଦିଲ୍ଲୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ତାରିଖରୁ ମାରାଥନ୍ ଜିଲ୍ଲା ଗସ୍ତ କରିବେ। ୬ଦିନରେ ତିନିଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଏସ୍କେୱାଇ ସ୍ମାର୍ଟ କାର୍ଡ ବାଣ୍ଟିବେ ଏବଂ ବହୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି।
୪-ଲଦାଖରେ ପୁଣି ଉତ୍ତେଜନା: ପୂର୍ବ ଲଦାଖରେ ସେନା ମୁତୟନ ବଢ଼ାଇଲା ଚୀନ୍ ।
୫-ତିଷ୍ଠିଲାନି ୧୦ କୋଟିର ବିବାହ, ଶେଷରେ ଅଲଗା ହେବାକୁ ଘୋଷଣା କଲେ ସାମନ୍ଥା ଓ ନାଗା, ଚାରି ବର୍ଷ ପୂର୍ବେ ପଡିଥିଲା ହାତଗଣ୍ଠି ।
୬-ଉତ୍ତରାଖଣ୍ଡ ହିମସ୍ଖଳନ; ନୌସେନାର ୪ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର, ୨ଜଣ ଏବେବି ନିଖୋଜ ।
୭-ଆଗାମୀ ବର୍ଷରୁ ISROଙ୍କ ବାଣିଜ୍ୟିକ ଶାଖା NSIL ଆରମ୍ଭ କରିବେ ଡିମାଣ୍ଡ
ବେସ୍ଡ କମ୍ୟୁନିକେସନ ସାଟେଲାଇଟ୍ ସେବା ।
୮-ଆଜି ଆସିବ ପିପିଲି ଉପନିର୍ବାଚନ ଫଳାଫଳ: ଠାକୁରଙ୍କ ଶରଣରେ ଗଲେ ବିଜେପି, ବିଜେଡି କର୍ମୀ ।
୯-ଦରକାର ଥିବା ସମୟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ସାହାଯ୍ୟ କରିନାହାନ୍ତି: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
୧୦-ଡିଏନ୍ଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ
୧୧-ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ . ।
୧୨-ପଡ଼ି ରହିଥିବା ମାମଲା ହାର ଉଦବେଗଜନକ: ବଢ଼ୁଛି ସାଇବର ଅପରାଧ, ତିନି ବର୍ଷରେ ୨୦ ଗୁଣା ।
୧୩-ଗଙ୍ଗାବାଡ଼ରେ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ଘଟଣା: ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଏତଲା ।
୧୪-ପେଟ୍ରୋଲ ୧୦୮ ଟପିଲା, ଓଡ଼ିଶା ସମେତ ୫ ରାଜ୍ୟରେ ଡିଜେଲ ଶହେ ପାର୍
୧୫-ପଂଜାବ ପରେ ଛତିଶଗଡ କଂଗ୍ରେସରେ କନ୍ଦଳ: ବଘେଲ କହିଲେ ଦ୍ୱିତୀୟ ପଂଜାବ ହେବନି ଛତିଶଗଡ ।
୧୬-ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ‘ଗୋଡସେ’ ଫିଲ୍ମର ଘୋଷଣା, ଟିଜର ରିଲିଜ୍ କଲେ ନିର୍ଦ୍ଦେଶକ ମହେଶ ମଞ୍ଜରେକର ।
୧୭-ପୁଣି କଳିଙ୍ଗା ଘାଟି ପାଲଟିଲା ଲୁଟିଆଙ୍କ ଅଭୟ ସ୍ଥଳ, ବନ୍ଧୁକ ମୁନରେ ଲୁଟିଲେ ଟୋୟୋଟା ଗାଡି ।
ଦୁନିଆରେ ସବୁଠାରୁ ଶସ୍ତା ଜିନିଷ ହେଲା “ଉପଦେଶ” ଜଣକୁ ମାଗିଲେ ହଜାରେ ଦେବେ…. କିନ୍ତୁ…. ସବୁଠାରୁ ଦାମୀ ଜିନିଷ ହେଲା “ସାହାଯ୍ୟ” ହଜାରେଙ୍କୁ ମାଗିଲେ ଜଣଙ୍କ ଠାରୁ ମଧ୍ୟ୍ୟ ମିଳିବା ବହୁତ କଷ୍ଟ ….
ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ । ସର୍ବେ ଭଦ୍ରାଣି ପଶ୍ୟନ୍ତୁ। ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।ଶୁଭ ସକାଳ,ସୁପ୍ରଭାତ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ॥
ଫିକା ପଡିଲା ବିସ୍ଫୋରକ ଶତକ
ଖବର ଆଜିର,ତାରିଖ ୦୩-୧୦-୨୦୨୧/ରବିବାର
