ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

 

ଭୁବନେଶ୍ୱର ,୮।୨(ଏସଏସନିଉଜ)ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ଟାଣୁଆ ନେତାମାନେ ପରାଜୟର ସ୍ବାଦ ଚାଖି ଛନ୍ତି।ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଆପର ସୁପ୍ରିମୋକେଜ୍ରିୱାଲ ୩୧୮୨ ଭୋଟରେ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ ବିଜେପିର ପରବିନ୍ଦର ସିଂହ ମାରୱାଙ୍କଠାରୁ ପରାଜିତ ହୋଇଛନ୍ତି। ସିଶୋଡିଆଙ୍କ ହରିବାର ବ୍ୟବଧାନ ମାତ୍ର ୬୦୦ ଭୋଟ ରହିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ କାଲକାଜି ଆସନରେ ପଛରେ ରହିଛନ୍ତି। ସୂଚନାଯୋଗ୍ୟ ଦିଲ୍ଲୀରେ ମୋଟ ୭୦ଟି ଆସନରେ ଭୋଟ ଗ୍ରହଣ କରାଯାଇଛି। ଏପର୍ଯ୍ୟନ୍ତ ଆପ ୨୨ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୪୮ଟି ସିଟରେ ଆଗାରେ ରହିଛି।

Comments (0)
Add Comment