ଫାଷ୍ଟଫୁଡ ଦୋକାନୀଙ୍କୁ ଆକ୍ରମଣ , ଥାନାରେ ଅଭିଯୋଗ

ଫାଷ୍ଟଫୁଡ ଦୋକାନୀଙ୍କୁ ଆକ୍ରମଣ , ଥାନାରେ ଅଭିଯୋଗ

ବାରଙ୍ଗ, ୧୩।୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ବଜାର ଉପରେ ଥିବା ନୁନ୍ ଟୁ ନାଇନ ନାମକ ଫାଷ୍ଟଫୁଡ୍ ଦୋକାନ ଉପରେ ବୁଧବାର ରାତି ୧୦ଟା ପାଖାପାଖି ଆକ୍ରମଣ କରାଯାଇଛି।ସ୍ଥାନୀୟ ଗ୍ରାମର ଅନ୍ୟ ଏକ ଫାଷ୍ଟଫୁଡ୍ ଦୋକାନି ଓ ତାର ସହଯୋଗୀ ମିଥୁନ ସେଠ(୨୮) ଓ ରଞ୍ଜନ ଭୋଇ(୨୬) ଆସି ଦୋକାନ ମାଲିକ ମାନସ ଶ୍ରୀଚନ୍ଦନଙ୍କୁ ଆକ୍ରମଣ କରିଛନ୍ତି ।ଫଳରେ ମାନସର ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିବାର ଗୁରୁବାର ଦିନ ଫାଣ୍ଡିରେ କରିଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି।ପୋଲିସ ୮୨/୨୫କେସ ନମ୍ବର ଏକ ମକଦ୍ଦମା ରୁଜୁକରି ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।ତେବେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି।ଅନ୍ୟପଟେ ସିସିଟିଭି ଫୁଟେଜ ଏବେ ବାରଙ୍ଗ ଅଞ୍ଚଳରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଜଣାପଡିଛି।

Comments (0)
Add Comment