ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର

ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର

ସଇଁତଲା , ୨୮/୪(ଏସଏସନିଉଜ) ଗତ ରାତିରୁ ଏହିଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର ହୋଇଥିବାର ଜଣାପଡିଛି । ଦୁଇ ଯୁବକକୁ ପୁଲିସ ଗତ ଦୁଇ ଦିନ ହେଲା ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲେ। ଗତ ବିଳମ୍ୱିତ ରାତିରେ ଏହି ଯୁବକ ଫାଣ୍ଡିରେ ଖାଇ ହାତ ଧୋଇବାକୁ ଗଲାବେଳେ ଫେରାର ହୋଇଯାଇଥିଲେ।ଗତ ୧୮ତାରିଖରେ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମ୍ୟାନେଜରଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଏହି ଦୁଇଜଣଙ୍କୁ ଆଣି ଅଟକ ରଖିଥିଲା ।

Comments (0)
Add Comment