ଏଥର ନିର୍ବାଚନରେ ହାରିଲେ ୩ଦଳ ମୁଖିଆ

ଏଥର ନିର୍ବାଚନରେ ହାରିଲେ ୩ଦଳ ମୁଖିଆ

ଭୁବନେଶ୍ୱର,୫ା୬(ଏସଏସନିଉଜ) ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇ ସରକାର ଗଠନ କରିବାକୁ ଯାଉଛି ।ତେବେ ଶାସକ ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ସବୁଠାରୁ ବଡକଥାହେଲା ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ ରାୟଙ୍କଠାରୁ ପରାସ୍ତ ହୋଇଛନ୍ତି । ମନମୋହନ ସାମଲ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କଠାରୁ ୧,୯୨୨ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ପରାଜୟର ସ୍ୱାଦ ଚାଖିଛନ୍ତି ।ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ତାଙ୍କୁ ୧୬,୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଠାରୁ ୪୬,୩୨୧ ଖଣ୍ଡ ଭୋଟରେ ହାରି ଯାଇଛନ୍ତି। ପ୍ରଥମ ଥର ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ସଭାପତି ପରାଜୟର ସମ୍ମୁଖୀନ ହୋଇଛନ୍ତି।

 

Comments (0)
Add Comment