ସହିଦନଗରରେ ଏଥର ୧୫୦ଫୁଟର ତୋରଣ

ଭୁବନେଶ୍ୱର,୨୮/୯(ଏସଏସନିଉଜ)ଏଥର ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ୧୫୦ଫୁଟ ଉଚ୍ଚର ତୋରଣ କରାଯିବ ବୋଲିଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି ସମିତିର ସଭାପତି ହେମନ୍ତ କୁମାର ପରିଡା ।ଏହାସହ ପୂଜାରେ କଣ ସବୁ ପଦକ୍ଷେପ ସମିତି ପକ୍ଷରୁ ଆୟୋଜନ କରାଯାଉଛି ତାହା ବର୍ଣନା କରିଥିଲେ I ଚଳିତବର୍ଷ ପୂଜାଟି ୪୭ ବର୍ଷରେ ପଦାର୍ପଣ କରୁଛି I ପୂଜାକୁ ଗୁରୁତ୍ବ ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବାପାଇଁ ସବୁ ପ୍ରକାରର ଦୁର୍ଲଭପୂଜା ସାମଗ୍ରୀକୁ ସମିତି ପକ୍ଷରୁ ଯୋଗାଇ ଦିଆଯାଇଛି। ପୁରାମଣ୍ଡପ ଓ ତାହାର ଚତୁର୍ଦିଗକୁ ସିସିଟିଭିରେ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।ଏକ ନୂତନ ଆକୃତିର ତୋରଣ କୌଣସି ଜାଗାରେ ନାହିଁ ଏହା ସମିତିର ଯୁବ କର୍ମକର୍ତ୍ତା ମାନଙ୍କ ପରିକଳ୍ପନାକୁ ଆଧାର କରି ବାସ୍ତବ ରୂପ ଦିଆଯାଇଛି । ତୋରଣଟି ସମ୍ପୂର୍ଣ ଭାବେ ‘eco-friendly’ ସମାଗ୍ରୀରେ ନିର୍ମିତ ହୋଇଅଛି । ୧୦୫ଫୁଟ୍ ର ଉଚ୍ଚତା ଓ ୧୨୦ ଫୁଟ୍ ର ଦୈର୍ଘ୍ୟ, ୟାହାକୁ ନିର୍ମାଣ କରିବା ପାଇଁ କଲିକତାରୁ କୁଶଳୀ କାରିଗରମାନେ ଆସିଛନ୍ତି ।ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ ସବୁ ପ୍ରକାରର ସୁବିଧା କରାଯାଉଛି। ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗାଅଲଗା ଦର୍ଶନ କରିବାପାଇଁ ସୁବ୍ୟବସ୍ଥା କରାଯାଇଛି।ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ହୁଇଲ୍ ଚେୟାରର ମଧ୍ୟ ବ୍ୟବସ୍ଥା କରାଯାଇଛି I ଭିଡକୁ ଆଖିଆଗରେ ରଖ୍ ବାହାରରେ ଏକ ବଡ ଏଲିଡ଼ି ରେ ପୂଜାର ସିଧାପ୍ରସାରଣ ବ୍ୟବସ୍ଥା କରାଯାଉଛି।ସେହିପରି ଦର୍ଶନକୁ ଶୃଙ୍ଖଳିତ ଓ ଭିଡକୁ ନିୟନ୍ତ୍ରଣ କରିବାପାଇଁ ସମିତିପକ୍ଷରୁ ୧୦୦ ରୁ ଉଦ୍ଧ ସ୍ୱେଚ୍ଛାସେବୀ (ପୁରୁଷ ଓ ମହିଳା)ମାନେ ନିୟୋଜିତ ରହିବେ।ସେହିପରି ୩୦ରୁ ଉର୍ଦ୍ଧ୍ ପ୍ରାଇଭେଟ ସୁରକ୍ଷାକର୍ମୀ ମୁତୟନ ହେବେ ,ଯିଏକି ମା’ଙ୍କ ପାଖରେ ୨୪ ଘଣ୍ଟା ପ୍ରହରାଦେବେ ।ଭସାଣୀରେ ସହିଦନଗର ଦୂର୍ଗାପୂଜା ସମିତିର ମେଢ଼ ୧୧ନମ୍ବର କ୍ରମିକ ସଂଖ୍ୟାରେ ଭୁବନେଶ୍ବର ଭସାଣି ଉତ୍ସବ ସମିତିରେ ଯୋଗଦାନ କରିବା ପାଇଁ ନିଷ୍ପରି ହୋଇଛି ଓ ଭସାଣିରେ ସବୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଆଲୋକରେ ସୁସଜ୍ଜିତ ହୋଇ ରୋଷଣୀରେ ଯୋଗଦେବାକୁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସମିତି ପକ୍ଷରୁ କୁହାଯାଇଛି।

Comments (0)
Add Comment