ମାଲକାନଗିରି, ୨୭/୬(ଏସଏସନିୟୁଜ) ଆଜି ପୁଲିସ ଓ ନକ୍ସଲ ମଧ୍ୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଗୁଳିବିନିମୟ ଘଟିଛି। ଏଥିରେ ମଲଙ୍ଗର ଏରିଆ କମିଟିର ସଦସ୍ୟ ସଂତୋଷ ମାରକାମ ମୃତ ଘଟିଛି ।ଏହାସହ ପିସ୍ତଲ,ବିସ୍ଫୋରକ ସାମଗ୍ରୀ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏଥିସହିତ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। କୈାଣସିସୁତ୍ରରୁ ଖବର ପାଇ ଡିଆରଜି ଯବାନ ପୋରଦେମ ଜଂଗଲରେ ଚଢାଉ କରିଥିଲେ। ଏହି ଜଂଗଲରେ ପୂର୍ବରୁ ନକ୍ସଲ କ୍ୟାମ୍ପ କରି ରହିଥିବା ନକ୍ସଲ ଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପୁଲିସର ଗୁଳିବିନିମୟ ହୋଇଥିଲା।ତେବେ ସନ୍ତୋଷ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।
ଏନକାଉଣ୍ଟରରେ ମୃତ୍ୟୁବରଣ କଲା ଦୁର୍ଦାନ୍ତ ନକ୍ସଲ ସନ୍ତୋଷ ମାରକାମ
