ଏକାଠି ହେଲେ ବ୍ୟବସାୟୀ

ବାରଙ୍ଗ,୧୮/୧୨(ଏସଏସନିୟୁଜ)ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘ ର ବ୍ୟବସାୟୀମାନେ ଏକାଠି ହେଲେ ,କର୍ମମୟ ଜୀବନଜଞାଳରୁ ସମୟବାହାର କରି ବଣଭୋଜି କଲେ ।ବ୍ୟବସାୟୀମାନେ ସେମାନଙ୍କ ଏକତାକୁ ପ୍ରତିପାଦିତ କଲେ ।ଦିନକପାଇଁ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଘରଠାରୁ ଦୁରକୁ ଯାଇଥିଲେ ।ସେଠାରେ ଦୁଃଖସୁଖ ହେଲେ ।ନିଜର ସୁଖଦୁଖର କଥାକୁ ଅନ୍ୟପାଖରେ ବଖାଣିଥିଲେ ।ଯିବାବାଟରେ ବଣିକ ସଂଘର ଉପଦେଷ୍ଟା ତଥା ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶୁସାନ୍ତ ରାଉତଙ୍କୁ ଭେଟି ଆଗୁଆ ନବବର୍ଷର ଅଭିନ୍ଦନ ଜଣାଇବାସହ ବ୍ୟବସାୟୀମାନଙ୍କର ବିଭିର୍ଣ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଇଏ ଥିଲା ଶୁକ୍ରବାରଦିନର ଦୃଶ୍ୟ ।ବାଲିହରଚଣ୍ଡୀଠାରେ ଏକାଠି ହୋଇଥିଲେ ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘ । ସଂଘର ସଭାପତି ସନ୍ତୋଷ କୁମାର ରାଉତଙ୍କ ନେତୃତ୍ୱରେ ବ୍ୟବସାୟୀମାନେ ଏକାଠି ହେବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଦୀର୍ଘସମୟ ଧରି ଆଲୋଚନା କରିଥିଲେ । ବ୍ୟବସାୟୀମାନେ ସେମାନଙ୍କ ଅଭାବ ଓ ଅସୁବିଧାକୁ ନେଇ ବ୍ୟକ୍ତିଗତ ମତ ଉପସ୍ଥାପିତ କରିଥିଲେ । ଆଲୋଚନା ପରେ ଯୁବବ୍ୟବସାୟୀମାନେ ବଣଭୋଜିର ବେଶ ମଜା ଉଠାଇଥିଲେ ।ଶେଷରେ ସମସ୍ତଙ୍କ ମଙ୍ଗଳକାମନା କରି ମାଙ୍କ ପାଖରେ ସମୁହ ଦୀପଦାନକରି ବ୍ୟବସାୟୀମାନେ ଫେରିଥିଲେ ।ଅନ୍ୟପଟେ ବ୍ୟବାୟୀମାନେ ସେମାନଙ୍କ ଦୋକାନ ବଜାର ଦିନକ ପାଇଁ ବନ୍ଦ କରିଥିବାରୁ ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନନ୍ଦନକାନନ ପରିସର ବାହାରେ ପାଣିଗ୍ଲାସଟିଏ ମଧ୍ୟ ନପାଇପାରି ବହୁହଇରାଣ ହୋଇଥିବାର ଜଣାପଡିଥିଲା ।ା ଗୈାତମରାଉତଙ୍କ ରିପୋର୍ଟ ସତ୍ୟସନ୍ଧାନ ।ା

 

Comments (0)
Add Comment