ଦୁର୍ଗାପୂଜା ଭସାଣରେ ବୁଲିଲା ଖଣ୍ଡା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ବାଲେଶ୍ୱର ଦୁର୍ଗା ପୂଜା ଭସାଣ ବେଳେ ଡିଜେ ବନ୍ଦ କରିବାକୁ ପୋଲିସ ପକ୍ଷରୁ ବାରମ୍ବାର କହିବାପରେ ବନ୍ଦ ନହେବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିବା ଜଣାପଡ଼ିଛି ।ରାତି୧ଟାପର୍ଯ୍ୟନ୍ତ ଭସାଣ ସରିନଥିବାବେଳେ ଡିଜେ ବାଜିବାକୁ ପୋଲିସ ପକ୍ଷରୁ ବିରୋଧ କରାଯାଇଥିଲା ।ଶୋଭାଯାତ୍ରାରେ ଥିବା ଯୁବକମାନେ ପୋଲିସର କଥାକୁ ନଶୁଣିବାରୁ ପୋଲିସ ବାଧ୍ୟହୋଇ ଲାଠିଚାର୍ଯ କରିଥିଲା ।ଏଥିରେ ଉତକ୍ଷିପ୍ତହୋଇ ଲୋକମାନେ ପୋଲିସ ଉପରକୁ ଟେକାମାଡ କରିଥିବାର ଜଣାପଡିଛି ।ଅନ୍ୟପଟେ ଭୁବନେଶ୍ୱର ରସୁଲଗଡ ପୂଜା ମଣ୍ଡପ ପକ୍ଷରୁ ଭସାଣି ଶୋଭାଯାତ୍ରା ଚାଲୁଥିବା ସମୟରେ ବୁଲିଥିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ପୋଲିସ ଉପସ୍ଥିତିରେ ଘଟିଥିଲା ।ଯାହାକୁନେଇ ସାଦାରଣରେ ଅସନ୍ତୋଷ ଓ ଉତେଜନା ଦେଖାଦେଇଥିଲା ।

 

Comments (0)
Add Comment