ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଆହତ

ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଆହତ

ଭଦ୍ରକ, ୧୩/୧୧(ଏସଏସନିୟୁଜ) ଭଦ୍ରକରେ ଏନକାଉଣ୍ଟର ହୋଇଛି । ଦୁର୍ଦାନ୍ତଅପରାଧୀ ବାପି ପାଣିଙ୍କୁ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା‌ ପୁଲିସ ଏନକାଉଣ୍ଟର କରିଛି। ଚଢେଇଆ ଗ୍ରାମରେ ବାପି ଓ ତାର ସହଯୋଗୀ ଓମ ପ୍ରକାଶ ମହାଳିକ ମିଶି ଡକାୟତି କରିବା ପାଇଁ ଯୋଜନା କରୁଥିବାର ଖବର ପୋଲିସି ପାଖରେ ପହଁଚିଥିଲା । ପୁଲିସ ସୂଚନା ପାଇବାପରେ ସେମାନଙ୍କର ପିଛା କରିଥିଲା। ବାପି ଓ ତାର ସହଯୋଗୀ ଓମ ପ୍ରକାଶକୁ ପୋଲିସ କାବୁ କରିବାକୁ ଉଦ୍ୟମ କରିବାବେଳେ ବାପି ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା।ପୋଲିସ ନିଜକୁ ରକ୍ଷା କରିବାକୁ ଯାଇ ବାପି ଉପରକୁ ଗୁଳି ଚାଳନା କରିଥିଲା। ପୁଲିସର ୨ ରାଉଣ୍ଡ ଗୁଳି ବାପିର ଗୋଡରେ ଗୁଳି ବାଜିଥିଲା। ଗୁଳି ମାଡରେ ବାପି ତଳେ ପଡିଯିବାରୁ ପୁଲିସ ତାଙ୍କୁ ମାଡି ବସିଥିଲେ। ବାପିକୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ଏକ ସହଯୋଗୀକୁ ପୁଲିସ ଥାନାରେ ଅଟକ ରଖିଛି। ଘଟଣାସ୍ଥଳରୁ ପୁଲିସ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି।

Comments (0)
Add Comment