ଡ୍ରମ୍‌ରେ ପାର କରାଇଲେ ଉଛୁଳାନଈ

ମାଲକାନଗିରି,୨୪ା୭(ଏସଏସନିଉଜ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବିରଳଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ଛତିଶଗଡ଼ର ବହୁ ପାହାଡ଼ିଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଗୋଟେପଟେ ନକ୍ସଲ ଭୟ ଓ ଅନ୍ୟପଟେ ଉଛୁଳା ନଈ ।ଏହାକୁ ଖାତିରିନକରି ଦୁଇଟି ବଡ଼ ଡ୍ରମ୍‌କୁ ଏକାଠି ବାନ୍ଧି ତା’ ଉପରେ କାଠପଟା ରଖି ଏକ ଡଙ୍ଗା ତିଆରିକରି ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ନଦୀପାରକରି ବେଶ ଚର୍ଚ୍ଚାରେ ରହିଛନ୍ତି ଯବାନ । ବିଜାପୁର ଜିଲ୍ଲା ନାମ୍ବି ଗାଁର ମାଣ୍ଡାଇ ଯୋଗୀଙ୍କୁ ଡାକ୍ତରଖାନାରେ ପହଂଚାଇବାରେ ସହଯୋଗ କରି ସମସସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି ଯବାନମାନେ ।ତେବେ ବହୁ ବିଳମ୍ଭ ହୋଇଯାଇଥିବାରୁ ଗର୍ଭବତୀ ଶିଶୁକୁ ଜନ୍ମ ଦେଇସାରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ଦୁଇଟି ଜୀବନ ବଞ୍ଚାଇଥିବାରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Comments (0)
Add Comment