ଧୀରେ ଚଲାନ୍ତୁ ଗାଡି

ରାସ୍ତାରେ ଅଛି ପାଣି ଓ ବାଲି

ବାରଙ୍ଗ,୨୬।୬ (ଏସଏସନିଉଜ)ଧିରେଧିରେ ଏବେ ମୌସୁମୀ ଜନିତ ବର୍ଷା ହେବାକୁ ଆରମ୍ଭ କଲାଣି।ସାମାନ୍ୟ ବର୍ଷାରେ ରାସ୍ତାପାର୍ଶ୍ଵରେ ଆଣ୍ଠୁଏ ପାଣି ଜମି ରହୁଛି।ଗୋଟେପଟେ ରାସ୍ତାକଡରେ ବାଲି ଜମି ରହୁଥିବାବେଳେ ବର୍ଷାପାଣି ଜମି ରହିବାରୁ ଯାତାୟତରେ ବାଧକ ଦେଖାଦେଇଛି।ଯାହାଫଳରେ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି।ଏହିଭଳି ଦୃଶ୍ୟ ବାରଙ୍ଗ ଅଂଚଳର ବିଭିର୍ଣ ଜାଗାରେ ଦେଖିବାକୁ ମିଳିଛି।ତ୍ରିଶୂଳିଆ ବଜାରରେ ଟ୍ରାଫିକ ଛକ ଉପରେ ବର୍ଷାପାଣି ଜମି ରହିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାରେ ଲୋକମାନେ ଚାଲିକି ଯିବା ତ ତୁର କଥା ଗାଡିରେ ଯିବାକୁ ମଧ୍ୟ ଡରୁଛନ୍ତି Iବର୍ଷାପାଣି ଜମିରହି ପରବର୍ତୀ ସମୟରେ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହେଉଛି।ଏହି ରାସ୍ତା ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ଅଧୀନରେ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ତାଙ୍କର ନିଦ ଭାଙ୍ଗୁନାହିଁ। ଅନ୍ୟପଟେ ଏହି ରାସ୍ତା ବାରଙ୍ଗ-କଟକ,ବାରଙ୍ଗ-ବାଙ୍କୀ,ବାରଙ୍ଗ- ଆଠଗଡ ,ବାରଙ୍ଗ- ଭୂବନେଶ୍ବରକୁ ସୁଭାଷ ସେତୁର ସଂଯୋଗୀ କରଣ ପରେ ସବୁସମୟରେ ଏହି ରାସ୍ତା ଭିଡ଼ ରହୁଛି।ଅନ୍ୟପଟେ ରାସ୍ତାର ଉଭୟପାର୍ଶ୍ବ ଜବରଦଖଲ କାରୀଙ୍କର କବ୍ଜାରେ ରହୁଥିବାରୁ ବର୍ଷା ପାଣି ମଧ୍ୟ ନିଷ୍କାସନର ଅନ୍ୟ ଏକ କାରଣ ସାଜିଥିବାର ଦେଖିବାକୁ ମିଳିଛି।

Comments (0)
Add Comment