ବାରଙ୍ଗ, ୩୦/୧୦(ଏସଏସନିଉଜ) ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ତରଫରୁ ଭଗବାନ ଧନ୍ବନ୍ତରୀ ଦେବଙ୍କ ଆବିର୍ଭାବ ଦିବସକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଇଛି ।ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର,ଔଷଧିୟ ବୃକ୍ଷରୋପଣ ନିମନ୍ତେ ଚାରାବଣ୍ଟନ, ଜନ ସଚେତନତା ଉଦ୍ଦେଶ୍ୟରେ ପଦଯାତ୍ରା , ସେମିନାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ କରାଯାଇଥିଲା । ଆୟୁର୍ବେଦୀୟ ଆହାର ମେଳାକୁ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ତେଜ୍ ପ୍ରତପ,ପ୍ରେସିଡେଣ୍ଟ ପ୍ରଫେସର ରଜିତା କୁଲକର୍ଣ୍ଣି ଉଦ୍ଘାଟନ କରିଥିଲେ ।ଆୟୁର୍ବେଦ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ପ୍ରମୁଖ ଧନ୍ବନ୍ତରୀ ଦେବଙ୍କ ପୂଜାର୍ଚ୍ଚନା ରେ ଯୋଗ ଦେବା ସହ ଛାତ୍ରଛାତ୍ରୀ ତଥା ରୋଗୀମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରିଥିଲେ ।ବିଶ୍ଵ ସ୍ଵାସ୍ଥ୍ୟ ସେବାରେ ଆୟୁର୍ବେଦ ନୂତନତ୍ବ ଶୀର୍ଷକୀୟ ବିଷୟରେ ଆଲୋଚନାଚକ୍ର କରାଯାଇ ଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଫେସର ଦିଲ୍ଲିପ କୁମାର ଗୋସ୍ୱାମୀ, ପ୍ରଫେସର ଅଲେଖ ଚନ୍ଦ୍ର ମହାନ୍ତି, ପ୍ରଫେସର ନଗେନ୍ଦ୍ର ପ୍ରସାଦ , ପ୍ରଫେସର ଅଭୟ କୁମାର ମିଶ୍ର ଏବଂ ପ୍ରଫେସର ରମାକାନ୍ତ ରାଉତ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା ।