ଗଞ୍ଜାମ,୨୫।୩(ଏସଏସନୀୟୂଜ)ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରୁ ଗଞ୍ଜାମ ଜିଲ୍ଲାର ୨୧ ଦିନିଆ
ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ୍ ୧୩ ତାରିଖ ଯାଏଁ ଗାଁଠୁ ସହର ସବୁଠି ଦଣ୍ଡ ଯାତ୍ରାର ଧୁମ୍ ଲାଗି ରହିବ । ଦଣ୍ଡ ନାଚ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରୁଥିବା ବେଳେ ଆଖଡାଶାଳରେ କଳାକାରମାନେ ଅଭ୍ୟାସ ଚଳାଇଛନ୍ତି ।ଏହାକୁ ନେଇ ଭଞ୍ଜନଗର ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ହୋଇଥିଲା ।ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ରେକର୍ଡ ଡ୍ୟାନ୍ସ, ଅଶ୍ଲୀଳ ନୃତ୍ୟ ସଙ୍ଗୀତ ପରିବେଷଣକୁ ବନ୍ଦ କରିବା ସହଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି ।ବିଭିନ୍ନ ଦଣ୍ଡଯାତ୍ରା କମିଟି ପକ୍ଷରୁ ଚଳିତବର୍ଷ ସେଭଳି କିଛି ଅସୁବିଧା ହେବନାହିଁ ଓ ଆସନ୍ତାବର୍ଷରୁ କେବଳ ପାରମ୍ପରିକ ଦଣ୍ଡ ଚରିତ ହିଁ ପରିବେଷଣ କରାଯିବ ବୋଲି ଦଣ୍ଡଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଦଣ୍ଡଯାତ୍ରାରେ ଅଶ୍ଳୀଳନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ
