ଡାକ୍ତରଖାନାରେ ଚାଲିଗଲା ମୟୂରର ଜୀବନ

ଡାକ୍ତରଖାନାରେ ଚାଲିଗଲା ମୟୂରର ଜୀବନ

ବାରଙ୍ଗ,୪/୧୧(ଏସଏସନିଉଜ) ଅସୁସ୍ଥ ଅବସ୍ଥାରେ ତୃଣଭୋଜିସଫାରୀର ରାସ୍ତାରେ ବୁଲୁଥିଲା ।ଆଉ ଚାଲିନପାରି ଗୋଟିଏ ଜାଗାରେ ଛିଡା ହୋଇଗଲା ।ଗୁରୁବାର ଅପରାହ୍ନରେ ସଫାରୀବସ ଯାଉଥିବା ବାଟରେ ଛିଡା ହୋଇଥିଲେ ମଧ୍ୟ ଆଉ ପାଖେଇନଥିଲା ।ବାଧ୍ୟ ହୋଇ ସଫାରୀ ଦାୟିତ୍ୱରେ ଥିବା କର୍ମଚାରୀ ଛିଡାହୋଇଥିବା ମୟୁରଟିକୁ ଧରିବା ସହ ତା ବେକପାଖରେ ସାମାନ୍ୟ କ୍ଷତ ହୋଇଥିବାର ଦେଖି ତାକୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଆଣି ଛାଡିଥିଲା ।ଡାକ୍ତରଖାନାରେ କ୍ଷତକୁ ଡ୍ରେସିଂକରି ଡାକ୍ତର ଇଞେକସନ ଦେଇପଳାଇଯାଇଥିଲେ ।ଶୁକ୍ରବାର ସକାଳେ ଡାକ୍ତରଖାନା ଖୋଲିବାପରେ ଇଞେକସନ ଦିଆଯାଇଥିବା ମୟୁରଟି ଆଉଜୀବିତ ନଥିବାର ଜଣାପଡିଥିଲା ।ସ୍ମରଣଯୋଗ୍ୟଯେ,ଗତ ବୁଧବାରଦିନ ଏକ ଗୟଳଛୁଆ ଓ ଅନ୍ନାକୋଣ୍ଡା ମୃତ୍ୟୁବରଣ କରିଛନ୍ତି ।

 

Comments (0)
Add Comment