ଦାଢାପାଟଣାରେ କାର୍ତ୍ତିକେଶ୍ୱର ଭଷାଣି

ବାରଙ୍ଗ,୨ା୧୨ (ଏସଏସନିଉଜ) ବାରଙ୍ଗର ପ୍ରସିଦ୍ଧ ପର୍ବ ପବିତ୍ର କାର୍ତ୍ତିକେଶ୍ୱର ପୂଜାର ପ୍ରଥମ ପର‌୍ୟ୍ୟାୟ ଭଷାଣୀ ଶନିବାର ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଥମ ପର‌୍ୟ୍ୟାୟରେ ଦାଢ଼ାପାଟଣା ଗ୍ରାମରେ ପୂଜା ପାଉଥିବା ୧୩ଟି ମେଢ଼ ମଧ୍ୟରୁ ୧୦ଟି ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗ୍ରାମର ମୁଖ୍ୟ ମେଢ଼ ଆସନ୍ତା ବୁଧବାର ଦିନ ହେବାକୁ ଥିବା ଭସାଣୀରେ ସାମିଲ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ମେଢ଼ଗୁଡିକରେ ଡିଜେକୁ ବନ୍ଦ କରି ପାରମ୍ପରିକ ନୃତ୍ୟ,ଲୋକ ନୃତ୍ୟ, ପାରମ୍ପରିକ ବାଦ୍ୟ, ଘଣ୍ଟ, ରଙ୍ଗୀନ ଆଲୋକର ତାଳେ ତାଳେ ସମସ୍ତ ମେଢ଼କୁ ଗ୍ରାମ ପରିକ୍ରମା କରାଯାଇ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।

 

Comments (0)
Add Comment