ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଚିକିତ୍ସା ଅଭାବରୁ ୨ ବର୍ଷର ଶିଶୁପୁତ୍ରଟିର ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।ଡାକ୍ତର ନଥାଇ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି। ଉତ୍ୟକ୍ତହୋଇ ମୃତଦେହ ରଖି ଗ୍ରାମବାସୀ ଓ ପରିବାର ଲୋକ ପ୍ରତିବାଦ ଜଣାଇଛନ୍ତି। ଏହି ଘଟଣା ଗଜପତି ଗୋଷାଣୀବ୍ଳକ ଅନ୍ତର୍ଗତ ଗୁରାଣ୍ଡିଗ୍ରାମରେ ଘଟିଛି । ଜ୍ୱରରେ ଆକ୍ରାନ୍ତ ଗୁରୁଣ୍ଡି ଗାଁର ଶିଶୁ କାଲି ମେଡିକାଲ ଆସିଥିଲୋଔଷଧ ସେବନ ପରେ ଅଧିକ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗହୋଇଛି ।