ଚୋରକୁ ଧରିବାକୁ ଯାଇ ୬ଚୋରାଗାଡିଜବତ କଲା ପୋଲିସ

ଚୋରକୁ ଧରିବାକୁ ଯାଇ ୬ଚୋରାଗାଡିଜବତ କଲା ପୋଲିସ

ଜଟଣୀ ,୨୬ା୧୨(ଏସଏସନିଉଜ)ଏକଗାଡିଚୋରୀ ଘଟଣାର ତଦନ୍ତ କରିବାବେଳେ ଗାଡିଚୋରଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଟଣୀଥାନା ପୋଲିସ ।ଏହିଘଟଣାରେପୋଲିସ ୨ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୬ଟିଚୋରା ବାଇକ ଜବତକରି ୪୫୦/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ଯଦୁପୁରର ସୁମିତଖାନ ଓ ଡୁମଡୁମାବସ୍ତିରେ ରହୁଥିବା ଏସ୍‌.କେଜାହିଦ୍ ।ପ୍ରକାସ ଯେ, ଜଟଣୀଥାନା ଅନ୍ତର୍ଗତ ଏସବିଆଇବ୍ୟାଙ୍କ ସମୁଖରେ ଜଣେ ବ୍ୟକ୍ତି ତାଙ୍କ ହିରୋହୋଣ୍ଡା ସ୍ପ୍ଲେଣ୍ଡର ମୋଟରସାଇକେଲକୁ ପାର୍କିଂକରି ବ୍ୟକ୍ତିଗତ କାମସାରି ବ୍ୟାଙ୍କ ଭିତରୁ ବାହାରିବାପରେ ବାଇକଟି ନଥିବାର ଦେଖିବାକୁ ପାଇଥିଲେ ।ଏହାପରେ ସେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତରଫରୁ ଏକ ଚୋରୀ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ଏକ ବିଶ୍ଵସ୍ତ ସୂତ୍ରରୁ ଖବରପାଇ ଜଟଣୀଥାନାପୁଲିସ ଚଢଉକରି ସୁମିତଖାନ ଓ ଏସ୍‌.କେଜାହିଦ୍ ୨ଜଣଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ପୁଲିସ ଉଭୟଙ୍କ ନିକଟରୁ ମୋଟ ୬ଟି ଚୋରାଗାଡି ଜବତ କରିଥିଲେ । ଅଧିକ ତଦନ୍ତରୁ ଜଣାପଡିଥିଲାଯେ, ସୁମିତଖାନ ଖୋର୍ଦ୍ଧା, ଜଟଣୀ ଓ ଭୁବନେଶ୍ଵରଅଞ୍ଚଳରୁ ଏହି ଗାଡିସବୁ ଚୋରୀକରିଥିବାବେଳେ, ଏସକେ ଜାହିଦ ତାଙ୍କନିକଟରୁ ଏହି ଗାଡିଗୁଡିକୁ ଶସ୍ତାରେକିଣି ଲୋକଙ୍କୁ ଚଢାଦରରେ ବିକ୍ରିକରୁଥିଲେ । ପଚରାଉଚରା ସମୟରେ ଉଭୟ ଏହି ମାମଲାରେ ନିଜଦୋଷ ସ୍ଵୀକାର କରିଥିଲେ ।

Comments (0)
Add Comment