ଚିଙ୍କାରା ବଂଶଲୋପ

ଶିଆମଙ୍ଗମାଙ୍କଡ ମୃତୁ

ବାରଙ୍ଗ,୩୦/୧୧(ଏସଏସନିଉଜ) ନନ୍ଦନକାନନରେ ଏକ ଚିଙ୍କାରା ହରିଣ ମୃତୁବରଣ କରିବାରୁ ଏମାନଙ୍କ ବଂଶ ଲୋପ ପାଇଯାଇଛି।ମୃତୁବରଣ କରିଥିବା ୬/୭ବର୍ଷର ଅଣ୍ଡିରା ଚିଙ୍କାରା ହରିଣଟି ୩୭ନମ୍ୱର ଏନକ୍ଲୋଜରରେ ରହୁଥିଲା।ଗୁରୁବାର ହରିଣଟିର ଝାଡା ହେବାରୁ ତାକୁ ଏଠାକାର ଡାକ୍ତରମାନେ ଯାଇ ଚିକିତ୍ସା ଆରମ୍ଭ କରିବା ସହ ଇଞ୍ଜେକସନ ଦେଇଥିଲେ।ଶୁକ୍ରବାର ମଧ୍ୟ ଅସୁସ୍ଥ ହରିଣକୁ ଇଞ୍ଜେକସନ ଦିଆଯାଇ ଥିଲେ ମଧ୍ୟ ତାକୁ ବଞ୍ଚାଇ ପାରିନ ଥିଲେ।ଶନିବାର ସକାଳେହରିଣଟି ମାରିପଡ଼ିଥିବାର ଦେଖିବାକୁ ମିଳିଥିଲା।୨୦୨୧ ମସିହାରେ ୨ଟି ହରିଣକୁ ବିଳାସପୁରରୁ ନନ୍ଦନକାନନକୁ ଅଣାଯାଇଥିଲା।ସେଥିମଧ୍ୟରୁ ଗୋଟିକର ମୃତୁ ଘଟିଥିବାବେଳେ ଅନ୍ୟଟି ସାଥିହରା ହୋଇ ଏକୁଟିଆ ରହିଥିଲା।
ସେହିଭଳିଭାବେ ଏକ ମାଇ ଶିଆମଙ୍ଗ ମାଙ୍କଡର ମୃତ୍ୟ ଶନିବାର ସନ୍ଧ୍ୟାରେ ଘଟିଛି। ୨ମାସତଳେ ଘରୋଇ ସଂସ୍ଥାଠାରୁ ୪୦ଲକ୍ଷ ଟଙ୍କା ବ୍ୟୟବାରଦରେ ହଳେ ଶିଆମଙ୍ଗ ମାଙ୍କଡକିଣା ହୋଇଆସିଥିଲା।
ଆସିବା ପରେ ୧୦ନମ୍ବର ଫାଟକ ପାଖରେ ଥିବା କ୍ୱରେଣ୍ଟଟାଇନରେ ଏମାନଙ୍କୁ ରଖାଯାଇଥିଲା। ମାଇ ଶିଆମଙ୍ଗକୁ ଥଣ୍ଡା ହେବାରୁ ଡ଼ାକ୍ଟର ମାନେ ଯାଇ ତାର ଚିକିତ୍ସା ଆରମ୍ଭ କରିଥିଲେ।ଥଣ୍ଡାର ପରିମାଣ ନକମିବାରୁ ତାକୁ ଚିକିତ୍ସାଲୟ ପରିସରରେ ଥିବା ଲାଳନପାଳନ କେନ୍ଦ୍ରକୁ ଶୁକ୍ରବାର ଅଣାଯାଇ କ୍ରୟ କରାଯାଇ ଅଣାଯାଇଥିବା ସଂସ୍ଥାକୁ ଖବର ଦିଆଯାଇଥିଲା। ସେମାନେ ଶନିବାର ଆସି ଅସୁସ୍ଥ ମାଇ ଶିଆମଙ୍ଗକୁ ଦେଖି ଚିକିତ୍ସା କ୍ଷେତ୍ରରେ ସୁଧାର ଆଣିବାପାଇଁ ପରାମର୍ଶ ଦେଇ ଫେରିଥିଲେ।କିନ୍ତୁ ସନ୍ଧ୍ୟାରେ ମାଇ ଶିଆମଙ୍ଗର ମୃତୁ ଘଟିଥିବାବେଲେ ଅଣ୍ଡିରା ଶିଆମଙ୍ଗ ସାଥିହରା ହୋଇ ରହିଛି।

Comments (0)
Add Comment