ବାରଙ୍ଗ,୯/୬(ଏସ ଏସ ନିୟୁଜ)ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତାର ଗୋବିନ୍ଦପୁର ଛକ ନିକଟରେ ବୁଧବାର ସକାଳେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି।ଜଣେ ବ୍ୟକ୍ତି ସକାଳ ୭ ଟା ସମୟରେ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ଯାତାୟାତ କରୁଥିବା ଗାଡ଼ି ଗୁଡ଼ିକ ଉପରେ କେହି କିଛି ବୁଝିବା ଆଗରୁ ଅଚାନକ ଆକ୍ରମଣ କରିଥିଲା।ବ୍ୟକ୍ତିଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ।ଏଥିସହ ଚାଳକ ଙ୍କୁ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।ସେ ହାତରେ ଏକ ଠେଙ୍ଗା ଧରି ଥିବାରୁ ଲୋକମାନେ ତାଙ୍କ ପାଖକୁ ଯିବାକୁ ଉଚିତ୍ ମଣିନଥିଲେ।କିଛି କାର ଚାଳକ ଏବଂ ବାଇକ ଚାଳକ ମଧ୍ୟ ଏହି ବ୍ୟକ୍ତିଙ୍କ ଆକ୍ରମଣ ର ଶିକାର ମଧ୍ୟ ହୋଇଛନ୍ତି।ଠେଙ୍ଗାରେ ଆକ୍ରମଣ କରିବାରୁ ଗାଡ଼ିର କିଛି ଗାଡ଼ି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।ଦୀର୍ଘ ୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ରାଜରାସ୍ତା ଉପରେ ଏହି ଉନ୍ମକ୍ତ କାଣ୍ଡ ଘଟାଇଥିଲେ।ପରେ ସ୍ଥାନୀୟ କିଛି ଲୋକ ଙ୍କ ସହଯୋଗରେ ଉକ୍ତ ବ୍ୟକ୍ତି ଜଣଙ୍କୁ କାବୁକରି ଗୋଡିସାହି ଫାଣ୍ଡିକୁ ହସ୍ତାନ୍ତର କରାଯାଇଥିଲା।ଖବର ପାଇ ପରିବାର ଲୋକ ଫାଣ୍ଡିରେ ପହଞ୍ଚିବା ପରେ ପ୍ରକୃତ ଘଟଣା ଜଣା ପଡ଼ିଥିଲା।ଘଟଣାରୁ ପ୍ରକାଶ ଯେ ବ୍ୟକ୍ତି ଜଣକ ହେଉଛନ୍ତି ବାଆଁରା ଗ୍ରାମର ଦିଲୀପ ରାଉତ,ବୟସ ୪୫ ବର୍ଷ।ସେ ଜଣେ ମାନସିକ ଭିନ୍ନକ୍ଷମ ଅଟନ୍ତି।ତେଣୁ ସେ ଏଭଳି କାଣ୍ଡ ଘଟାଇଥିବ ବୋଲି ପରିବାର ଲୋକେ ଫାଣ୍ଡିରେ ସୂଚନା ଦେଇଛନ୍ତି।ପରେ ପୋଲିସ ଏହି ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତାଙ୍କ ପରିବାର କୁ ହସ୍ତାନ୍ତର କରିବା ସହ ତାଗିଦ୍ ମଧ୍ୟ କରିଥିଲା।ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିବା ସୁଚନାମିଳିଛି।ଏନେଇ ଥାନାରେ କୌଣସି କେସ ହୋଇନଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)
ଧରିଲେ ଠେଙ୍ଗା,ଭାଙ୍ଗିଲେ ଗାଡି
