ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ

ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ

ଭୁବନେଶ୍ୱର,୯।୩(ଏସଏସନିୟୂଜ)୧୨ବର୍ଷ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଉଠାଇଲା ଭାରତ । ୨୫ବର୍ଷ ତଳର ବଦଲା ନେଲ୍ ଟିମ୍ ଇଣ୍ଡିଆ ।ବର୍ମିଂହମ ପରେ ଦୁବାଇରେ ହେଲା ଚାମ୍ପିଅନ୍ସ ଟ୍ରଫି ୱିନର । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଭାରତ ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହରାଇ ତୃତୀୟଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ଉଠାଇଛି । ଫାଇନାଲ୍‌ରେ ରୋହିତଙ୍କ ୭୬ ରନ୍ ଇନିଂସ ଓ ଜାଡେଜାଙ୍କ ବ୍ୟାଟରୁ ବାହାରିଥିବା ୱିନିଂ ଫୋର୍ ଅବିସ୍ମରଣୀୟ ହୋଇ ରହିବ । ସେହିପରି କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ବି କ୍ରିକେଟ୍ ପ୍ରେମୀଙ୍କ ମନରେ ଅଭୁଲା ରହିବ ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ।ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ଡାରିଲ୍ ମିଚେଲଙ୍କ ୬୩ ରନ୍ ବଳରେ ୨୫୧ ରନ୍ କରିଥିଲା ।

Comments (0)
Add Comment