ଚାଲିଗଲେ ରଘୁ ମହାପାତ୍ରଙ୍କ ବଡପୁଅ

ଭୁବନେଶ୍ୱର, ୨୦/୫(ଏସଏସନିୟୁଜ) ବାପାଙ୍କ ପଛେପଛେ ପୁଅ ଚାଲିଗଲେ । ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ କରୋନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ୫୨ ବର୍ଷ ବୟସରେ ଯଶୋବନ୍ତ ପ୍ରାଣ ହରାଇଛନ୍ତି । ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବାବେଳେ କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ୨୨ରେ ଏମ୍‌ସରେ ଭର୍ତ୍ତି ହୋଇଥିବା ୭୮ ବର୍ଷ ବୟସରେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଥିଲା।ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା

Comments (0)
Add Comment