ଚାଲିଛି ବାଲି ଓ ମୋରମ ଚୋରା ଚାଲାଣ

କେବେ ଚଢାଉ କରିବ ଖଣିବିଭାଗ

ବାରଙ୍ଗ,୧୮ା୧୦(ଏସଏସନିଉଜ)ଗତ କିଛିଦିନ ହେବ ବାରଙ୍ଗ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ବାଲି ଓ ମୋରମ ଚୋରାରେ ଚାଲଣ ।ଖଣିବିଭାଗ ଅଧିକାରୀମାନଙ୍କ ଦାୟିତ୍ବହୀନତା ଯୋଗୁ ସରକାରଙ୍କ ରାଜସ୍ୱ ହାନୀ ଘଟୁଛି।ସଠିକ୍ ଭାବେ ଚଢ଼ାଉ ହେଉନଥିବାରୁ ବାଲି ଓ ମୋରମ ମାଫିଆମାନଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି।ଯାହାଫଳରେ ଚୋରା
ବାଲି ମୋରମର ଉସ୍ ପାଲଟିଛି ବାରଙ୍ଗ ଅଞ୍ଚଳ।
ପ୍ରକାଶ ଯେ,ଚଳିତମାସରେ ଖଣି ବିଭାଗ ୩ବାଲି ଓ ୧ମୋରମ ବୋଝେଇ ଗାଡ଼ିକୁ ଜବତ୍ କରିଛି। ଗତ ୩ତାରିଖରେ ଏକ ମୋରମ ଓ ଶୁକ୍ରବାର ୨ବାଲି ବୋଝେଇ ଗାଡ଼ିକୁ ଜବତ କରିଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ବାଲି ଓ ମୋରମ ଉଠୁଛି କେଉଁଠାରୁ,ଯଦି ବାରଙ୍ଗ ଅଞ୍ଚଳରୁ ଉଠୁଛି ତେବେ ଉଠିବା ଜାଗା ଉପରେ କାହିଁକି ଚଢାଉ କରୁନାହିଁ ଖଣିବିଭାଗ।ଲୋକ ଦେଖାଣିଆ ଭାବେ କାହିଁକି ବାରଙ୍ଗ ମୁଖ୍ୟ ରାସ୍ତାରେ ଛିଡ଼ା ହୋଇ
ଗୋଟେ ଦିଇଟା ଗାଡ଼ିକୁ ଜବତ୍ କରିଦେଇ କାମ ସାରିଦେଉଛି ।ପକୃତରେ ଚୋରାରେ ଉଠୁଥିବା ଜାଗାକୁ ଯିବାକୁ ଖଣି ବିଭାଗ ଡରୁଛି ନା ମାସିକିଆ ବଟିନେଇ ସମସ୍ତଙ୍କୁ ଭୁଆ ବୁଲାଉଛି।ଯାହାକୁ ନେଇ ସଚେତନଶିଳ ନାଗରିକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments (0)
Add Comment