ଜଟଣୀ,୧୦/୭(ଏସଏସନିଉଜ)ସୀତାରାମଛକନିକଟରେ ଥିବା ରେଳବାଇଭୁତଳ ରସ୍ତାରେ ଓଆର୦୨-କେ-୪୧୮୮ନଂ ଚାଉଳବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହେବାରୁ ସାଧରଣଲୋକ ନାହିଁନଥିବା ହଇରାଣ ହେଇଛନ୍ତି ।ଟ୍ରକଟି ଭାରସମ୍ୟ ହରାଇ ନାଳ ମଧ୍ୟକୁ ଖସି ଯିବାରୁ ରାସ୍ତା ଜାମ ହୋଇଯାଇଥିଲା ।ଏଫସିଆ ରୁ ଟ୍ରକଟି ଚାଉଳ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।ତେବେ ଚାଉଳ ବୋଝେଇ ଟ୍ରକର କାଗଜପତ୍ର ବୈଧ ନଥିବାର ଜଣାପଡିନଥିବାବେଳେ କିଭଳି ପରିବହନ ପାଇଁ ଅନୁମତି ଦିଆଯାଉଛି ତାହାକୁ ନେଇ ସାଧାରଣରେ ଆଲୋଚନା ଯୋରଧରିଛି ।
ଚାଉଳବୋଝେଇ ଟ୍ରକ ପାଇଁ ରାସ୍ତା ଜାମ
