Browsing category

ଖେଳ

ବିଧାୟକ ମାରିଲେ ସଟ୍

ଭୁବନେଶ୍ୱର,୩/୧୨-ଫୁଟବଲ ଖେଳିଲେ ବିଧାୟକ । ପ୍ରଥମ ସର୍ଟ ମାରି ଟୁର୍ଣାମେଂଟର ତୃତୀୟଦିବସର ମ୍ୟାଚ କୁ କଲେ ଉଦଘାଟନ । ମଙ୍ଗଳବାରଦିନ ତୃତୀୟଦିବସରେ ରାଜ୍ୟସ୍ତରୀୟ ଗଣ୍ଡରପୁର ଫୁଟବଲଟୁର୍ଣାମେଂଟରେ ଏହିଭଳି ଦେଖିବାକୁ ମିଳିଥିଲା ।ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତରାଉତ ମୁଖ୍ୟଅତିଥିଭାବେ ଯୋଗଦାନକରି ଟୁର୍ଣାମେଂଟର ଶୁଭାରମ୍ଭ କରିଥିଲେ । ତୃତୀୟଦିବସ ର ପ୍ରଥମ ଗ୍ରାମାଂଚଳମ୍ୟାଚରେ ଟ୍ରାଇବ୍ରେକର ଦ୍ୱାରା ୫-୪ଗୋଲରେ କୃଷକବନ୍ଧୁ କ୍ଲବ୍ ତଣ୍ଡିକଣା ବନମହାବୀରକ୍ଲବ୍ ଜୟପୁରକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ ସୁପ୍ରିମ ଫୁଟବଲକ୍ଲବ ବରାହିପୁର ୧-୦ଗୋଲରେ ଗବସ୍ତକୁ ହରାଇଥିଲା ।ସହରାଚଂଳ […]

ଗଣ୍ଡରପୁର କପ୍ ଫୁଟବଲ- ସେମିଫାଇନାଲକୁ ଗଲା କିଶୋରକ୍ଲବ

ଭୁବନେଶ୍ୱର,୨/୧୨- ସୋମବାରଦିନ ଥିଲା ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ର ଦିତୀୟ ଦିବସ । ୟୁନାଇଟେଡ୍ ୟୁଥ୍ ସ୍ପୋଟସ୍ କ୍ଲବ ର ତତ୍ୱାବଧାନରେ ଗଣ୍ଡରପୁର ଖେଳପଡିଆରେ ଚାଲିଥିବା ଦିତୀୟ ଦିବସର ଏହି ଟୁର୍ଣାମେଂଟକୁ ବାରଙ୍ଗଅଂଚଳର ଯୁବ ଶିଳ୍ପପତି ଅର୍ଜ୍ଜୁନମହାରଣା ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଟୁର୍ଣାମେଂଟର ଦିତୀୟ ଦିବସର ଗ୍ରାମାଂଚଳର ପ୍ରଥମମ୍ୟାଚ୍ ରେ ଗୋଠପୁର୧-୦ଗୋଲରେ ବନଦୁର୍ଗାକ୍ଲବ ଗାଡକଣକୁ ହରାଇ ଥିବାବେଳେ ଦିତୀୟମ୍ୟାଚରେ ପ୍ରତାପକ୍ଲବ ପ୍ରତାପନଗରୀ ଦଳ୨-୦ଗୋଲରେ ଆଲାମଗିରି କ୍ଲବକୁ ପରାସ୍ତକରି କ୍ୱାଟରଫାଇନାଲକୁ ପ୍ରବେଶ […]

ଶେଷ ହେଲା ପାଇକରାପୁର କପ୍-୨୦୧୯

ଭୁବନେଶ୍ୱର,୨/୧୨ –ଶେଷ ହେଲା ପାଇକରାପୁର ଗ୍ରାମାଂଚଳ କ୍ରିକେଟ ଟୁର୍ଣାମେଂଟ । ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ପାଇକରାପୁର ନୋଡାଲ ବିଦ୍ୟାଳୟର ପଛପଟ ଖେଳପଡିଆରେ ଚାଲିଥିବା ପାଇକେରାପୁର କପ୍-୨୦୧୯ ଟୁର୍ଣାମେଂଟ ଉଦଜାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଯଦୁପୁର ଓ ଜଗମରା ଭିତରେ ହୋଇଥିଲା । ଜଦୁପୁର ୨୦ ଓଭରରେ ୮ଉଇକେଟ ନିନିମୟରେ ୧୦୪ରନ ସଂଗ୍ରହ କରିଥିବାବେଲେ ଯାଗମରା ୧୫ଓଭରରେ ୩ଉଇକେଟ ବିନିମୟରେ ୧୦୫ରନ ସଂଗ୍ରହ କରି ବଜୟଲାଭ କରିଥିଲା । ଯାଗମରା ଦଳର ସନ୍ତୋଷଜେନା ମ୍ୟାନ୍ଅଫ ଡି ସିରିଜ୍ ହୋଇଥିଲା […]

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

ଭୁବନେଶ୍ୱର,୧/୧୨- ରବିବାରଦିନ ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବେ ବାଙ୍କୀ ବିଧାୟକ ଦେବୀରଞନତ୍ରିପାଠୀ ଉଦଘାଟନ କରିଛନ୍ତି । ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ସମୁଦାୟ ୨୪ଟି ଦଳ ଭାଗନେବେ । ଗ୍ରାମାଂଚଳ ଓ ସହରାଚଂଳ ବିଭାଗ ମାଧ୍ୟମରେ ଏହି ଟୁର୍ଣାମେଂଟ କରାଯାଉଛି । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି ଦଳ ଅଂଶଗ୍ରହଣ କରିବାର ସିଦ୍ଧାନ୍ତ ହୋଇଛି । ଟୁର୍ଣାମେଂଟର ପ୍ରଥମଦିବସର […]

ରବିବାରରୁ ଆରମ୍ଭ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

ଭୁବନେଶ୍ୱର,୩୦/୧୧- ରବିବାରଠାରୁ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ଦର୍ଶକମାନଙ୍କୁ ମିଳିବ ଆକର୍ଷଣୀୟ ପରୁସ୍କାର ଓ ଶେଷଦିନ ମିଳିବ ଆକ୍ଟିଭା ଗାଡି । ଆୟୋଜକମାନେ ଏହିଭଳି ଏକ ନୁଆ ଅଭିନବ ଯୋଜନା କରିଛନ୍ତି । ଡିସେମ୍ବର ୧ ତାରିଖଠାରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଟୁର୍ଣାମେଂଟରେ ଗ୍ରାମାଂଚଳ ଓ ସହରାଂଚଳ ବିଭାଗ ମାଧ୍ୟମରେ ପ୍ରତିଯୋଗୀତା କରାଯିବ । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି […]

ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ୍

ଭୁବନେଶ୍ୱର,୨୯/୧୧- ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୁଳଧାରା ସହ ଯୁକ୍ତକରିବା ଏକ ମୁଖ୍ୟ ବିଷୟ । ଅନେକ ସମୟରେ ସେମାନେ ସମାଜଠାରୁ ଦୁରେଇ ଯାଇଥାନ୍ତି । ସମାଜ ସବୁ ସମୟରେ ସାମାଜିକ,ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କୁ ମୁଖ୍ୟ ସମାଜରେ ସାମିଲ କରିବା ନିମନ୍ତେ ପଦକ୍ଷପ ନେବା ଆବଶ୍ୟକ । ଭି୍ନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷରେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ପାରା […]

ପୁଣି ଓଡିଶାରେ ଖେଳାଯିବ ପୁରୁଷ ହକି ୱାଲ୍ଡକପ୍

ଭୁବନେଶ୍ୱର,୨୭/୧୧-ପୁଣି ଓଡିଶାରେ ହେବାକୁ ଯାଉଛି ପୁରୁଷ ହକି ଓାର୍ଲ୍ଡକପ୍ । ଏଥର ଭୁବନେଶ୍ୱର ସହ ପ୍ରଥମ ଥରକରି ରାଉରକେଲାରେ ଖେଳାଯିବ ମ୍ୟାଚ୍ । ଏହି ଖବର ପ୍ରଚାର ପ୍ରସାର ହେବାପରେ ହକିପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି । ପ୍ରକାସ ଯେ,୨୦୧୮ମସିହାରେ ଭୁବନେଶ୍ୱରରେ ହୋଇଥିବା ପୁରୁଷ ହକି ଓାର୍ଲ୍ଡକପ୍ ଆଜିଥିଲା ପୁର୍ତି ଦିବସ । ଏକବର୍ଷ ପୁର୍ତି ଉପଲକ୍ଷେ କଳିଙ୍ଗଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ କର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ହକିଇଣ୍ଡିଆ […]

ଗୋଲାପି ଟେଷ୍ଟ ଜିତିଲା ଭାରତ

ଭୁବନେଶ୍ବର:୨୪/୧୧-  କଲକତା  ଇଡେନ ଗାର୍ଡେନରେ  ଖେଳହେଉଥିବା ଐତିହାସିକ ଗୋଲାପି ଟେଷ୍ଟରେ ଭରତ ବିଜୟ ହୋଇଛି ।ବିଜୟ ପରେ  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅନେକ କିର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । କ୍ରମାଗତ ଭାବେ ୭ଟି ଟେଷ୍ଟ ଜିତି ସେ ଧୋନୀଙ୍କ ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୧୩୬ ରନର ଶତକୀୟ ପାଳି ଏବଂ ଦ୍ରୁତ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ଭାରତ କୋଲକାତାର ଇଡେନ ଗାର୍ଡେନରେ ଗୋଲାପି ବଲରେ […]

କରତ କଳ ଉପରେ ଚଢାଉ,ମୂଲ୍ୟବାନ କାଠ ସହ ମେସିନ ଜବତ

ଭୁବନେଶ୍ବର:୨୩/୧୧-  ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ସନିବାର ସକାଳେ ୨ ଟି ସ୍ଥାନରେ ଚଢଉ କରିଛି ବନ ବିଭାଗ । ଘଟଣା ଘଟିଛି ନିଆଳି ଅଞ୍ଚଳରେ ।   ନିଆଳି ରତନପୁର ଓ ବିନୀତପୁରରେ ଥିବା କରତକଳ ଉପରେ  , ସିଟି ଡି ଏଫ ଓ ଅଶୋକ ମିଶ୍ର ଙ୍କ ନିର୍ଦେଶରେ ଏସିଏଫ ପ୍ରଶାନ୍ତ କୁମାରପଣ୍ଡା ଙ୍କ ଶହ 3 ଏସିଏଫ ,4ଟି ଡିଭିଜନର ରେଞ୍ଜର କର୍ମଚାରି ,  ପୋଲିସ  ଓ କଟକ ଭିଜିଲାନ୍ସର […]

ଭାଗ ନେଲେ ୧୧୨ ଛାତ୍ର

ଭୁବନେଶ୍ୱର,୧୫/୧୧-ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାପାଇଁ  ହୋଇଥିଲା ଚୟନ । ଏଥିପାଇଁ ଚନ୍ଦକା ମହାରଣା ବିରବର ସରକାରୀ ଉଚ୍ଚବିଦ୍ୟାଳୟରେ କରଯାଇଥିଲା ପ୍ରତିଯୋଗୀତା । ଭାଗନେଇଥିଲେ ୧୦ଟି ବିଦ୍ୟାଳୟର ୧୧୨ଜଣ ଛାତ୍ର । ଭୁବନେଶ୍ୱର ବ୍ଲକସ୍ତରୀୟ ଫୁଟବଲ ଓ କ୍ରିକେଟ୍ ପ୍ରତିଯୋଗୀତାରେ ଭାଗ ନେଇ ଛାତ୍ରମାନେ ସେମାନଙ୍କର ପରାକାଷ୍ଠା ଦେଖାଇଥିଲେ । ଏଥିରେ ୧୧ଜଣ ଫୁଟବଲ ଓ ୫ଜଣ କ୍ରିକେଟ ଖେଳପାଇଁ ଜିଲ୍ଲାସ୍ତରୀୟ କ୍ରିଡାରେ ଭାଗନେବାକୁ ମନୋନିତ ହୋଇଥିଲେ ।ବ୍ଲକ ସ୍ତରୀୟ  ଫୁଟବଲ ଓ କ୍ରିକେଟ ପ୍ରତିଯୋଗୀତାକୁ ବରିଷ୍ଠ ଶିକ୍ଷୟତ୍ରୀ ନିରୁପମା […]