Browsing category

ଖେଳ

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ୬ଷ୍ଟଦିବସ

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ୬ଷ୍ଟଦିବସ

ବାରଙ୍ଗ,୧୩/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଗୁରୁବାର ଥିଲା ୬ଷ୍ଟଦିବସ। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ୬ଷ୍ଟ ଦିବସ ଟର୍ଣ୍ଣ। ମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମ୍ୟକମିଟି ସଭାପତି ଭାସ୍କର ପଢ଼ିହାରି ,ସମ୍ପାଦକ ଜିତେନ୍ଦ୍ର ସେନାପତି ,ପ୍ରଶାନ୍ତ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳ ଏ ଡିଭିଜନର ପ୍ରଥମମ୍ୟାଚ ବନମହାବୀର କ୍ଲବ ଜୟପୁର ୨-୦ ଗୋଲରେ ମଧୁବନକ୍ଲବକୁ ହରାଇ ସେମିଫାଇନାଲରେ […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟ

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟ

ବାରଙ୍ଗ,୧୨/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଗୁରୁବାର ଥିଲା ୫ମଦିବସ।୫ମଦିବସରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦେଇ ୫ମଦିବସର ଟର୍ଣ୍ଣମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ,କଂଗ୍ରେସ ନେତା କିଶୋର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମମ୍ୟାଚ ଚମ୍ପାନାହାକାଣି କ୍ଲବ ପଦ୍ମକେଶରୀପୁର ୫-୪ ଟ୍ରାଇବ୍ରେକରରେ ଜୟ ଦୁର୍ଗାକ୍ଲବ ଆମଣକୁ ହରାଇ ବି ଡିଭିଜନର ଦ୍ୱିତୀୟଦଳ ଭାବେ ଫାଇନାଲରେ […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଚତୁର୍ଥ ଦିବସ

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଚତୁର୍ଥ ଦିବସ

ବାରଙ୍ଗ,୧୧/୧୨(ଏସଏସନିଉ ଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ବୁଧବାରଥିଲା ଚତୁର୍ଥଦିବସ।ଚତୁର୍ଥ ଦିବସରେ ବିଜେଡିନେତା ତଥା ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ବିଜେଡିନେତାସନ୍ତୋଷ ନାଥ,୧ନମ୍ୱର କର୍ପୋରେଟର ମିହିର କୁମାର ରାଉତ,ଗ୍ରାମ୍ୟକମିଟି ସଭାପତି ଭାସ୍କରପଢ଼ିହାରି,ସନ୍ତୋଷ ମହାନ୍ତି,କୈଳାସ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ପ୍ରଥମମ୍ୟାଚ ଗ୍ରାମାଞ୍ଚଳ ବି ଡିଭିଜନର ଜୟଦୁର୍ଗା କ୍ଲବ ଆମଣ ଓ ୟୁନିଭର୍ଶାଲ କ୍ଲବ କୁରାଙ୍ଗ ମଧ୍ୟରେ ହୋଇଥିଲା।ଏଥିରେ ଜୟଦୁର୍ଗାକ୍ଲବ ୧-୦ ଗୋଲରେ ୟୁନିଭର୍ଶାଲ କ୍ଲବକୁ ପରାସ୍ତ କରି […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ତୃତୀୟଦିବସ

ବାରଙ୍ଗ,୧୦/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ମଙ୍ଗଳବାର ଥିଲା ତୃତୀୟଦିବସ।ତୃତୀୟଦିବସରେ କେବଳ ଗ୍ରାମାଞ୍ଚଳ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ତୃତୀୟ ଦିବସର ଟର୍ଣ୍ଣମେଣ୍ଟକୁ ଭୁବନେଶ୍ୱର ମଧ୍ୟବିଧାୟକ ଅନନ୍ତନାରାୟଣଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାସଂଗଠକ ନବରଞ୍ଜନ ପଟ୍ଟନାୟକ,ବିଜେଡି ନେତା ସନ୍ତୋଷ କୁମାର ନାଥ,ପ୍ରଶାନ୍ତ ପଢ଼ିହାରି,ଗ୍ରାମ୍ୟକମିଟି ସମ୍ପାଦକ ଜିତେନ୍ଦ୍ରସେନାପତୀ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଗ୍ରାମାଂଚଳର ବି ବିଭାଗର ପ୍ରଥମମ୍ୟାଚ ଉରାଳୀ ସହ […]

ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର

ବାରଙ୍ଗ,୯/୧୨(ଏସଏସନିଉଜ)ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ସୋମବାର ଥିଲା ଦ୍ୱିତୀୟଦିବସ।ଦ୍ୱିତୀୟ ଦିବସରେ କେବଳ ଗ୍ରାମାଞ୍ଚଳ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ଦ୍ୱିତୀୟ ଦିବସର ଟର୍ଣ୍ଣମେଣ୍ଟକୁ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମାଞ୍ଚଳ ବିଭାଗର ବି ଡିଭିଜନର ପ୍ରଥମମ୍ୟାଚ ଗବବସ୍ତ ସ୍ପୋର୍ଟସକ୍ଲବ ଓ ଅଡଶପୂରର ଜୟଦେବ କ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ଗବବସ୍ତ ୫-୪ ଟ୍ରାଇବ୍ରେକର ରେ ଜୟଦେବ କ୍ଳବକୁ […]

ଉଦ୍‌ଘାଟନ ହେଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ ଟୁର୍ଣାମେଂଟ

ବାରଙ୍ଗ,୮ା୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଗଣ୍ଡରପୁରସ୍ଥିତ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ରବିବାରଦିନ ଉଦଘାଟିତହୋଇଯାଇଛି ।ଗଣ୍ଡରପୁର ୟୁନାଇଟେଡ ୟୁଥ୍‌କ୍ଲବ ସ୍ପୋର୍ଟ୍ସକ୍ଲବ ଅନୁକୁଲ୍ୟରେ ଆରମ୍ଭହୋଇଥିବା ଏହି ଟୁର୍ଣ୍ଣ।ମେଣ୍ଟକୁ ଗଣ୍ଡରପୂର ଗ୍ରାମ୍ୟକମିଟି ସଭାପତି ଭାସ୍କର ଚନ୍ଦ୍ର ପଢ଼ିହାରି , ବୟୋଜ୍ୟେଷ୍ଠ ମୂରବୀ ଅନ୍ତର‌୍ୟ୍ୟାମୀ କୁଅଁର , କୈଳାସ ରାଉତ, ବସନ୍ତ ରଥ,ଲକ୍ଷ୍ମଣ ରାଉତ,ଜିତେନ୍ଦ୍ର ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଗ୍ରାମାଚଂଳ ଓ ସହରାଂଚଳ ବିଭାଗକୁନେଇ ୨ଟି ପର‌୍ୟ୍ୟାୟରେ ପ୍ରତିଯୋଗୀତା ଆରମ୍ଭହୋଇଛି ।ପ୍ରଥମମ୍ୟାଚ ଗ୍ରାମାଂଚଳବିଭାଗରୁ ଦେଉଳିର ବାଲୁଙ୍କେଶ୍ୱରକ୍ଲବ […]

୮ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ

ବାରଙ୍ଗ,୬/୧୨(ଏସଏସନିଉଜ) ସବୁବର୍ଷ ଭଳି ଚଳିତବର୍ଷ୨୧ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ୮ତାରିଖରୁ ମହାସମାରୋହ ସହଆରମ୍ଭ ହେବାକୁ ଯାଉଛି।ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୮ଦିନ ବ୍ୟାପୀ ହେବାକୁ ଥିବା ଏହି ଟୁର୍ଣ୍ଣ।ମେଣ୍ଟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଦୁଇଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଟିତ ହେଵ। ଗ୍ରାମାଞ୍ଚଳ ଏ-ଡିଭିଜନ୍‌ରେ ଦେଉଳୀ ୪୨ମୌଜା, ୟୁଜିସି ୟୁନିଭରସିଟି, ମୁଣ୍ଡମୁହାଣ, ଉଷୁମା, ବଉଳକୁଦ,ମଧୁବନ,ଜୟପୁର, ସାଇଁଶୋ,ବରହୀପୁର,ଟାଙ୍ଗିବନ୍ତ, ଘାଟିକିଆ,ବେଲଗଛିଆ, ଗୋଠପୁର,ମଇନ୍ଦପୁର,ଶରଧାପୁର, ନରଣପୁର ଦଳକୁ ନେଇ ୧୬ଟିଦଳ ଓ ଗ୍ରାମାଞ୍ଚଳ ବି-ଡିଭିଜନରେ […]

ଆଇପିଏଲର ଦାମୀ ଖେଳାଳୀ ଶ୍ରେୟସ

ଭୁବନେଶ୍ୱର,୨୪/୧୧(ଏସଏସନିଉଜ)ଇତିହାସ ରଚିଲେ ଶ୍ରେୟସ ଆୟର । ବନିଲେ ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ । ଆୟରଙ୍କୁ ୨୬ କୋଟି ୭୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ, ୨୭କୋଟିରେ ପନ୍ତଙ୍କୁ ନେଲା ଲକ୍ଷ୍ନୌ।ସାଉଦି ଆରବରେ ହୋଇଥିବା ଆଇପିଏଲ୍‌ର ମେଗା ନିଲାମୀରେ ଏହା ଜଣାପଡିଛି।ରିଷଭ ପନ୍ତ IPL ଇତିହାସରେ ହୋଇଛନ୍ତି ସବୁଠୁ ମହଙ୍ଗା ଖେଳାଳି।ଶ୍ରେୟସ ଆୟରଙ୍କୁ ଟପି ମହଙ୍ଗା ଖେଳାଳି ହେଲେ ପନ୍ତ।୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍।୨୬.୭୫ କୋଟିରେ ନିଲାମ ହୋଇଥିବା ଶ୍ରେୟସ ୨ୟ ଦାମୀ […]

ବାରବାଟୀ ଟିକେଟ ଦର କମିଲା

କଟକ,୧୯/୧୧(ଏସଏସନିଉଜ)ବାରବାଟୀ ଦିନିକିଆ ପାଇଁ ଟିକେଟ ଦର କମିଛି।ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ଟିକେଟଦର ହ୍ରାସ ପାଇଛି।ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ କରିଛି ଓସିଏ।ଗ୍ୟାଲେରୀ ୧ ଓ ୩- ଥିଲା ୧୨୦୦ଟଙ୍କାରୁ ହ୍ରାସ ପାଇ ୧୧୦୦ ଟଙ୍କା ରଖାଯାଇଛି।ଗ୍ୟାଲେରୀ ୫- ଥିଲା ୧୫୦୦, ହେଲା ୧୨୦୦।ଗ୍ୟାଲେରୀ ୨ ଓ ୪- ଥିଲା ୧୦୦୦, ହେଲା ୯୦୦ ଟଙ୍କା।ଗ୍ୟାଲେରୀ ୭- ଥିଲା ୮୦୦, ହେଲା ୭୦୦ ଟଙ୍କା।ସ୍ପେଶାଲ ଏନ୍‌କ୍ଲୋଜର- ଥିଲା ୭ […]

ଉତ୍କଳବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୂଟବଲ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁପଟନାୟକ ଷ୍ଟାଡିଅମଠାରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପୁରୁଷ ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କୁଞ୍ଜବିହାରି ମହାବିଦ୍ୟାଳୟ ଭୁବନେଶ୍ୱରର ଶାରୀରିକ ଶିକ୍ଷାମହାବିଦ୍ୟାଳୟକୁ ୩-୨ ଗୋଲରେ ପରାସ୍ତକରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।ଉଦଯାପନୀ ଉସବରେବିଶ୍ୱବିଦ୍ୟାଳୟ କ୍ରୀଡାନିର୍ଦେଶକ ଡ଼.ବିଜୟ କୁମାର ସୁନ୍ଦରାୟ,ଡ଼. ପ୍ରବୀର ମହାନ୍ତି,ଜି.ସି.ପି.ଇ ଅଧକ୍ଷା ସଂଗୀତା ଟପ୍ପୋ, ଚତୁର୍ଭୁଜ ଜେନା, ପ୍ରଶାନ୍ତମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।୫ଦିନଧରି ବିଭିନ୍ନ ମହା ବିଦ୍ୟାଳୟରେ ଚାଲିଥିବା […]