Browsing category

ରାଜନୀତି

ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ଵର,୩୦।୩(ଏସଏସନିୟୁଜ)କଟକଜିଲ୍ଲା ଚୌଦ୍ୱାରର ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଲାଇନଚ୍ୟୁତ ହୋଇଛି।ଏପର୍ଯ୍ୟନ୍ତ ସୁଦ୍ଧା କେହି ମୃତାହତ ହୋଇଥିବାର ପୂର୍ବତଟ ରେଳବାଇ ପାଖରେ ସୂଚନା ନଥିବାର କୁହାଯାଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବାର ବ୍ୟବସ୍ଥା କରାଯାଉଛି। ଖବର ପାଇଁ ରେଳବାଇ ପୋଲିସ, ଏନଡିଆରଏଫ ଓ ଫାୟାର ଟିମ୍,ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ ପରିସ୍ଥିତିରେ […]

ହାତୀଭଳି ବଜେଟ, ପିମ୍ପୁଡି ଭଳି ଖର୍ଚ୍ଚ- ଅରୁଣ

ଭୁବନେଶ୍ବର,୩୦।୩(ଏସଏସନିୟୁଜ)ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଲେ, ଡବଲ ଇଂଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି। ଭାରତୀୟଙ୍କ ହାତରେ କଡୀ ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବାବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି।ଲୁଟେରାମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି। […]

ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ!

ଭୁବନେଶ୍ଵର,୨୯।୩(ଏସଏସନିୟୁଜ)ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଭିଆରଏସ୍‌ ନେଇଥିବାର ସୂଚନା ମିଳୁଛି। ସ୍ବେଚ୍ଛାକୃତ ଅବସର ଲାଗି ସୁଜାତାପୂର୍ବରୁ ଆବେଦନ କରିଥିଲେ କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତେବେ ଏବେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ଭୁବନେଶ୍ଵର,୧୭।୩(ଏସଏସନୀୟୂଜ)ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ।ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ।୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର।୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ।ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ।୧୯୯୮ରେ ଦେବଗଡ଼ରୁ ଲୋକସଭା କୁ ନିର୍ବାଚିତ ହୋଇଥିଲେ।

ପାଣ୍ଡେରାରେ ହେବ ଆଧୁନିକ ମାଛବଜାର

ଭୁବନେଶ୍ବର,୧୩।୩(ଏସଏସନିୟୁଜ୍)ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡେରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ବର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ […]

Dream Girl Graces Sri Sri University with Timeless Artistry

Cuttack,13।3(SSNEWS) Sri Sri University witnessed a memorable and inspiring afternoon as the iconic actress, dancer and cultural ambassador, Smt. Hema Malini Ji, graced the campus for an exclusive session titled “Echoes of an Era: Hema Malini Reflects on Her Iconic Films and Timeless Artistry.” Held on 13 March 2025, at the Shruti Auditorium, the event […]

International Women’s Day celebrated at Sri Sri University

  Cuttack,8।3(SSNEWS) International Women’s Day was celebrated in a grand ceremony at the campus of Sri Sri University at Vidyadharpur, Cuttack. It has been celebrated by Churchika – Women Leadership Forum. This year’s theme was ‘Leadership, Knowledge and Strength’. Eminent women who have made a name for themselves in various walks of life participated in […]

୧କୋଟି ୬୪ହଜାର ମହିଳା ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି

ଭୁବନେଶ୍ୱର, ୮।୩(ଏସଏସନିୟୂଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି […]

ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ

  ଭୁବନେଶ୍ୱର,୬।୩(ଏସଏସନିୟୂଜ)ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି ।ଦ୍ରୁତଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି ।ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁପଡିବ ବୋଲି ଇସ୍ପାତ ଓ […]

ସରକାରୀସ୍କୁଲ୍‌ ହେବ ଗେରୁଆ

ଭୁବନେଶ୍ୱର,୫।୫(ଏସଏସନିୟୂଜ)ସମସ୍ତ ସରକାରୀ, ପିଏମ୍‌ ଶ୍ରୀ ସ୍କୁଲ୍‌ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA।ସ୍କୁଲ୍‌ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।ଅରେଞ୍ଜ ଟ୍ୟାନ-ଏନ୍‌ (ଗେରୁଆ) କରିବାକୁ ଜାରି ହୋଇଛି ନିର୍ଦ୍ଦେଶ।