Browsing category

ଓଡ଼ିଶା

ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ

ବାଙ୍କୀ,୩୧।୩(ଏସଏସନିୟୁଜ) ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ ଦୁବୃର୍ତ୍ତ।ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ ପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଇଛନ୍ତି।ଯାହାଫଳରେ ୪ ବଖରା ଘର ଜଳିଯାଇଛି। ଗୋଷ୍ଠୀ ସଂଘର୍ଷ ପରେ ୧୨ଜଣ ଆହତ ହୋଇଥିବାର ଜଣାପଡିଛି।କାଜୁଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି।

ଦଣ୍ଡନାଚବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ଵର,୩୧।୩(ଏସଏସନିୟୁଜ)ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ହତ୍ୟାକାଣ୍ଡ ଘଟିଛି । ବଡ଼ବଜାର ଥାନା ଜେନାସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟାକରିଛନ୍ତି ବାପା-ପୁଅ ।ମୃତକ ହେଉଛନ୍ତି ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଗତକାଲି ରାତିରେ କୌଣସି କାରଣକୁ ନେଇ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ଭୋଗ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । […]

ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ଵର,୩୦।୩(ଏସଏସନିୟୁଜ)କଟକଜିଲ୍ଲା ଚୌଦ୍ୱାରର ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଲାଇନଚ୍ୟୁତ ହୋଇଛି।ଏପର୍ଯ୍ୟନ୍ତ ସୁଦ୍ଧା କେହି ମୃତାହତ ହୋଇଥିବାର ପୂର୍ବତଟ ରେଳବାଇ ପାଖରେ ସୂଚନା ନଥିବାର କୁହାଯାଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବାର ବ୍ୟବସ୍ଥା କରାଯାଉଛି। ଖବର ପାଇଁ ରେଳବାଇ ପୋଲିସ, ଏନଡିଆରଏଫ ଓ ଫାୟାର ଟିମ୍,ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ ପରିସ୍ଥିତିରେ […]

ହାତୀଭଳି ବଜେଟ, ପିମ୍ପୁଡି ଭଳି ଖର୍ଚ୍ଚ- ଅରୁଣ

ଭୁବନେଶ୍ବର,୩୦।୩(ଏସଏସନିୟୁଜ)ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ଭାଗ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।ସେ କହିଲେ, ଡବଲ ଇଂଜିନ ସରକାରର ଜୀବନ ଅଶାନ୍ତ ବାତାବରଣ ଓ ଅସ୍ଥିରତା ଭିତରେ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଛି। ଭାରତୀୟଙ୍କ ହାତରେ କଡୀ ଓ ଗୋଡ଼ରେ ପେଡି ଲଗାଇ ଅଣା ଯାଉଥିବାବେଳେ ଟ୍ରମ୍ପଙ୍କ ଆଶୀର୍ବାଦ ପାଇଁ ଲାଇନରେ ଠିଆ ହୋଇଛନ୍ତି।ଲୁଟେରାମାନେ ଭାରତ ଲୁଟି ବିଦେଶରେ ଆରାମରେ ଅଛନ୍ତି। […]

କାର ନେଲା ଜୀବନ

ବ୍ରହ୍ମପୁର,୨୯।୩(ଏସଏସନିୟୁଜ) ବୈଦ୍ୟନାଥପୁର ଥାନା ଅର୍ନ୍ତଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ଫୁଲଟା ଗାଁର ବିଜୟ ନାହାକ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ କାର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଆଖପାଖ ଅଂଚଳର ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି।ବିଜୟ ସାଇକେଲରେ ଆସୁଥିବା ବେଳେ ଗୋଟିଏ କାର୍ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବିଜୟଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ […]

ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ!

ଭୁବନେଶ୍ଵର,୨୯।୩(ଏସଏସନିୟୁଜ)ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଭିଆରଏସ୍‌ ନେଇଥିବାର ସୂଚନା ମିଳୁଛି। ସ୍ବେଚ୍ଛାକୃତ ଅବସର ଲାଗି ସୁଜାତାପୂର୍ବରୁ ଆବେଦନ କରିଥିଲେ କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତେବେ ଏବେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଯୁବତୀର ମୋବାଇଲ୍ ଛଡ଼ାଇ ଧରାପଡିଲେ ୨

ଜଟଣୀ,୨୬।୩(ଏସଏସନୀୟୂଜ) ୨୫ ତାରିଖ ସକାଳ ପ୍ରାୟ ୯.୨୦ମିନିଟ ସମୟରେ ଜାଗ୍ୟସେନୀ ପାହାଡସିଂ ନାମକ ଯୁବତୀ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରୁ ଜଟଣୀସ୍ଥିତ ତାଙ୍କ କୋଚିଂ ସେଣ୍ଟରକୁ ଯାଉଥିଲେ। ସେ ରେଳ ଷ୍ଟେସନ୍ ଗୋଲେଇଛକ ନିକଟରେ ତାଙ୍କ ମୋବାଇଲ୍ ଫୋନ୍‌ରେ କଥା ହେଉଥିବା ସମୟରେ ହଠାତ୍ ଦୁଇଜଣ ଅଜଣା ଅପରାଧୀ ଏକ ଲାଲରଙ୍ଗର ଓଡି-୧୩-ଏନ-୬୭୧୨ ନମ୍ୱର ବାଇକ୍‌ରେ ଆସି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯାଇଥିଲେ। ସେ କିଛିଦୂର ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରିଥିଲେ କିନ୍ତୁ ସେମାନେ ଦ୍ରୁତ ଗତିରେ ଘଟଣାସ୍ଥଳରୁ […]

ଦଣ୍ଡଯାତ୍ରାରେ ଅଶ୍ଳୀଳନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୨୫।୩(ଏସଏସନୀୟୂଜ)ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରୁ ଗଞ୍ଜାମ ଜିଲ୍ଲାର ୨୧ ଦିନିଆ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ୍‌ ୧୩ ତାରିଖ ଯାଏଁ ଗାଁଠୁ ସହର ସବୁଠି ଦଣ୍ଡ ଯାତ୍ରାର ଧୁମ୍‌ ଲାଗି ରହିବ । ଦଣ୍ଡ ନାଚ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରୁଥିବା ବେଳେ ଆଖଡାଶାଳରେ କଳାକାରମାନେ ଅଭ୍ୟାସ ଚଳାଇଛନ୍ତି ।ଏହାକୁ ନେଇ ଭଞ୍ଜନଗର ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ହୋଇଥିଲା ।ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ରେକର୍ଡ ଡ୍ୟାନ୍ସ, ଅଶ୍ଲୀଳ ନୃତ୍ୟ […]

୨୫ ଯାଏଁ କାଳବୈଶାଖୀ ବର୍ଷା !

ଭୁବନେଶ୍ୱର,୨୨।୩(ଏସଏସନୀୟୂଜ)ତାଣ୍ଡବ ରଚୁଛି କାଳବୈଶାଖୀ । ଆଜି ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହୋଇଛି।କାଳବୈଶାଖୀ ପାଇଁ ୩୦ ଜିଲ୍ଲାକୁ ବଜ୍ରପାତ ଓ ପବନ ବହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିପାରେ ।ଏହାସହ ଘଡ଼ଘଡ଼ି , ବର୍ଷା ଓ ପବନ ବୋହିବା ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ […]

୨୦୨୬-୨୭ରୁ ନୂଆ ସିଲାବସ୍‌- ମନ୍ତ୍ରୀ

ଭୁବନେଶ୍ୱର,୨୨।୩(ଏସଏସନୀୟୂଜ)ନୂଆ ସିଲାବସ୍‌ ଲାଗୁ ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁହେବ ନୂଆ ସିଲାବସ୍‌।NEP 2020 ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ କମିଟି ହୋଇଛି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍‌।ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ଆସିବ ନୂଆ ସିଲାବସ୍‌।କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍‌ ହେବ ସ୍ଥାନ ପାଇବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।