Browsing category

ଦେଶ ବିଦେଶ

ଗୋଲାପି ଟେଷ୍ଟ ଜିତିଲା ଭାରତ

ଭୁବନେଶ୍ବର:୨୪/୧୧-  କଲକତା  ଇଡେନ ଗାର୍ଡେନରେ  ଖେଳହେଉଥିବା ଐତିହାସିକ ଗୋଲାପି ଟେଷ୍ଟରେ ଭରତ ବିଜୟ ହୋଇଛି ।ବିଜୟ ପରେ  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅନେକ କିର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । କ୍ରମାଗତ ଭାବେ ୭ଟି ଟେଷ୍ଟ ଜିତି ସେ ଧୋନୀଙ୍କ ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୧୩୬ ରନର ଶତକୀୟ ପାଳି ଏବଂ ଦ୍ରୁତ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ଭାରତ କୋଲକାତାର ଇଡେନ ଗାର୍ଡେନରେ ଗୋଲାପି ବଲରେ […]

ଡିସେମ୍ବରରୁ ବଢିବ ମୋବାଇଲ କଲ୍ ଦର

ଭୁବନେଶ୍ବର:୧୯/୧୧-ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ ମୋବାଇଲ କଲ୍ ଦର । ଯାହା ଏବେ  ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ।ରିଲାଏନ୍ସ ଜିଓ ପରେ ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ ମୋବାଇଲ କଲ୍‌ ଦର ବଢାଇବେ । ଟେଲିକମ୍‌ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁ ଭୋଡାଫୋନ-ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଭୋଡାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ୱର ପହିଲାରୁ କମ୍ପାନୀ ତା’ର ଟାରିଫ ପ୍ଲାନ […]

ଆସନ୍ତା ୧୮ ରେ ସଂସଦର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର:୧୫/୧୧-  ଆସନ୍ତା ୧୮ ତାରିଖ ଅର୍ଥାତ୍   ସୋମବାର ଠାରୁ ଆରମ୍ଭ ହେବାକୁଯାଉଛି  ସଂସଦର ଶୀତକାଳୀନ ଅଧିବେଶନ । ତାପୂର୍ବରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ଲାଗି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶନିବାର ଏକ ସର୍ବଦଳୀୟ ବୈଠକ ଡକାଉଥିବା ଜଣାପଡିଛି  ।ସେହିଭଳି ରବିବାର ଦିନ  ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ରବିବାର ଦିନ ଏକ ବୈଠକରେ ଯୋଗ ଦେବାପାଇଁ […]

ଓଡିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର:୧୫/୧୧- ଓଡିଶା ଆସିବେ ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ।ଏନେଇ ଆଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ।ନିଜ ଟ୍ବିଟ୍ ରେ ଜଣାଇଛନ୍ତି ଡିସେମ୍ବର ମାସ ୨୭ ତାରିଖରେ ହେବାକୁ ଥିବା   ବଲାଙ୍ଗୀରର ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ କାର୍ୟ୍ୟକ୍ରମରେ ସକାଳ ୧୦.୪୫ ସମୟରେ ଯୋଗଦେବେ ଉପରାଷ୍ଟପତି।

ଗଡିଲା ଟ୍ରେନ୍ ,ଶ୍ରୀନଗର ରୁ ବାରମୁଲା

ଭୁବନେଶ୍ବର:୧୩/୧୧- ପ୍ରଥମ ଥର ପାଇଁ ଗତ ସୋମବାର ଦିନ ପରୀକ୍ଷାମୂଳକ ଭାବେ ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଥିବା ଜଣାପଡିଛି।  ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା।ଜାମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ   ସୁରକ୍ଷା ବାବଦରେ ସମୀକ୍ଷା କରି  ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବରେ ଗଡ଼ିଥିଲା।  

ଅସୁସ୍ଥ ଲତା

ଭୁବନେଶ୍ବର-: କୋକିଳ କଣ୍ଠି  ତଥା ବଲିଉଡର ପ୍ରସିଦ୍ଧ ଗାୟିକା  ଲତା ମଙ୍ଗେସକର ଏବେ ଅସୁସ୍ଥ ।  ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ  ରବିବାର ରାତି ୨ଟା ସମୟରେ ମୁମ୍ବାଇର ବ୍ରେଚ କାନଡେ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସେ ସୁସ୍ଥ ଅନୁଭବ କରିବାରୁ ଏବେ ଘରକୁ ଫେରିଆସିଥିବା ସୂଚନା ମିଳିଛି।

ଆଉ ନାହାନ୍ତି ଶେଷାନ୍

ଭୁବନେଶ୍ୱର,୧୧/୧୦- ଭାରତର ପୁର୍ବତନ ନିର୍ବାଚନ କମିଶନର ଟି.ଏନ୍.ଶେଷାନ୍ ଆଉ ନାହାନ୍ତି । ୮୭ବର୍ଷବୟସରେ ପଦାର୍ପଣ କରି ରବିବାର ରାତିରେ ଚେନାଇରେ ତାଙ୍କର ଦେହାନ୍ତ ହୋଇଛି । କେରଳରେ ଜନ୍ମଗ୍ରହଣକରିଥିବା ଶେଷାନ୍ ତାମିଲନାଡୁକ୍ୟାଡରର ୧୯୯୫ବ୍ୟାଚର ଆଇଏସ ଅଫିସର ଥିଲେ । ୧୨ ଡିସେମ୍ବର ୧୯୯୦-୧୧ ଡିସେମ୍ବର ୧୯୯୬ ପର୍ଯ୍ୟନ୍ତ ୧୦ମ ମୁଖ୍ୟନିର୍ବାଚନ କମିସନର ଭାବେ ଦାୟିତ୍ୱରେ ରହିଥିଲେ । ତାଙ୍କର ବିୟୋଗରେ ସବୁଆଡେ ଶୋକର ଛାୟା ଖେଳିଯାଇଛି ।

ସାବଧାନ ଆଗରେ ନଡିଆ ଗଛ

ଭୁବନେଶ୍ୱର,୧୧/୧୧-ସାବଧାନ ଆଗରେ ରହିଛି ନଡିଆ ଗଛ । କଥାଟା ମନକୁ ଖଟକା ଲାଗିଲେ ମଧ୍ୟ ଘଟଣାଟି ସତ୍ୟ ! କାହିଁକି ନା , ପର୍ଯ୍ୟଟକମାନଙ୍କ ମନୋରଞନର ଖୋରାକ ସାଜିଥିବା ଏହି ନଡିଆ ଗଛ ଏବେ ଚିନ୍ତାର କାରଣ ସାଜିଛି । ଦୁଇଟି ନଡିଆ ଗଛ ମଝିରେ ରହି ଫଟୋ ଉଠାଇବାରୁ ଦେବାକୁ ପଡୁଛି ଟିକସ । ପଚାଶନୁହେଁ କି ଶହେ ନୁହେଁ ପୁରା ପାଂଚଶହ ଟଙ୍କା ଜୋରିମନା ବାବଦରେ ଦେଉଛନ୍ତି ପର୍ଯ୍ୟଟକ । ଏହି ଟିକସ ଏବେ […]