Browsing category

ଜିଲ୍ଲା

ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ

ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ

  ଭୁବନେଶ୍ୱର,୬।୩(ଏସଏସନିୟୂଜ)ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି ।ଦ୍ରୁତଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି ।ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁପଡିବ ବୋଲି ଇସ୍ପାତ ଓ […]

ପୁଣି ଚର୍ଚ୍ଚାରେ ସାରଥି

ପୁଣି ଚର୍ଚ୍ଚାରେ ସାରଥି

ଭୁବନେଶ୍ୱର,୫।୫(ଏସଏସନିୟୂଜ)କେନ୍ଦ୍ରାପଡ଼ା ଯିବେ ସାରଥିପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ୍‌ ସାରଥି।କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି।୨ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ମିଳିଛି।ଆଶ୍ରମ ଯାଇପାରିବେନି ଓ ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ବୋଲି କୁହାଯାଇଛି।ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ।ଏଥିପାଇଁ ପ୍ରଥମେ ଟ୍ରାଏଲ୍‌ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରେ କୁହାଯାଇଛି।୨ଶହରୁ ଅଧିକଲୋକ ସମାଗମ ନକରିବା କଟକଣା […]

ସରକାରୀସ୍କୁଲ୍‌ ହେବ ଗେରୁଆ

ସରକାରୀସ୍କୁଲ୍‌ ହେବ ଗେରୁଆ

ଭୁବନେଶ୍ୱର,୫।୫(ଏସଏସନିୟୂଜ)ସମସ୍ତ ସରକାରୀ, ପିଏମ୍‌ ଶ୍ରୀ ସ୍କୁଲ୍‌ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA।ସ୍କୁଲ୍‌ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।ଅରେଞ୍ଜ ଟ୍ୟାନ-ଏନ୍‌ (ଗେରୁଆ) କରିବାକୁ ଜାରି ହୋଇଛି ନିର୍ଦ୍ଦେଶ।

ପୁଣିଥରେ ବିବାହ କଲେ ମନ୍ମଥ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଙ୍କ ସାନପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ।ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କଲେ ମନ୍ମଥ ରାଉତରାୟ।ପ୍ରେମ ବିବାହ କରିଛନ୍ତି ଉଭୟ ମନ୍ମଥ ଏବଂ ରୋଜାଲିନ।ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।ଡେରାସ୍ ନିକଟସ୍ଥ ରିସର୍ଟରେ ହୋଇଛି ବାହାଘର ।ରୋଜାଲିନ ହେଉଛନ୍ତି ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି।

ଟନେଲରେ ବିତିଲାଣି ୧୦ଦିନ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ତେଲେଙ୍ଗାନାର ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲରେ ୧୦ ଦିନ ବିତିଲାଣି ଫସିଛନ୍ତି ୮ଜଣ ଶ୍ରମିକ।ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରୁନାହିଁ। ଟନେଲ ଭିତରେ କେଉଁଠାରେ ଫସି ରହିଛନ୍ତି ଜଣାପଡ଼ିନାହିଁ।ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।ଫେବ୍ରୁଆରୀ ୨୨ରେ ସୁଡ଼ଙ୍ଗ ଭୁସୁଡ଼ିବାରୁ ଫସି ରହିଛନ୍ତି ଶ୍ରମିକ।

ଖୁବ୍‌ଶୀଘ୍ର ପୌଷ୍ୟସନ୍ତାନ ଯୋଜନା: -ମନ୍ତ୍ରୀ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ପୌଷ୍ୟସନ୍ତାନ ଯୋଜନା।ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷାଦାନ କରାଯିବ। ସିଏସ୍‌ଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ।ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି।କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁବିକାଶ ଅଧିକାରୀ ରହିବେ।ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ, ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଯୁବପୀଢ଼ି ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ -ରାଜ୍ୟପାଳ

ଭୁବନେଶ୍ୱର, ୨।୩(ଏସଏସନିୟୂଜ)ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ […]

ଅଚ୍ୟୁତଙ୍କ ସପକ୍ଷରେ ପଥରଗଡ଼ିଆ ଗ୍ରାମବାସୀ

ବାରଙ୍ଗ,୨।୩(ଏସଏସନିୟୂଜ) କିଟ୍ ଓ କିସ୍ ର ପ୍ରତିଷ୍ଟାତା ଡ଼. ଅଚୁତ ସାମନ୍ତଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ଆମେ ପଥରଗାଡ଼ିଆ ଗ୍ରାମବାସୀ ଦୃଢ଼ ବିରୋଧ କରୁଛୁ। ଡ଼. ଅଚୁତ ସାମନ୍ତଙ୍କ ପାଇଁ ପଥରଗଡ଼ିଆର ଭାଗ୍ୟ ଉଦୟ ହୋଇଛି।ତାଙ୍କ ଯୋଗୁ ପଥରଗାଡିଆର ଉର୍ନ୍ନତି ଚରମ ସୀମାରେ ପହଂଚି ପାରିଛି ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପଥରଗାଡ଼ିଆ ଗ୍ରାମବାସୀମାନେ କହିଛନ୍ତି l ଏହି ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତିଯେ, କିଛିଦିନ ତଳେ ଘଟି ଯାଇଥିବା ଅଘଟଣ […]

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ

ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା […]

ଅଯୋଗ୍ୟ କାର୍ଡ ଫେରାନ୍ତୁ:- କୃଷ୍ଣ ପାତ୍ର

ଭୁବନେଶ୍ଵର,୨।୩(ଏସଏସନିୟୂଜ)ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀ ଅପିଲ୍‌ କରିଛନ୍ତି।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ।ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ।କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି।ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି।୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ।ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ […]