କାର୍ କାଚ ଭାଙ୍ଗି ଲୁଟିଲେ୧.୭୭ ଲକ୍ଷ

ରାଜକନିକା, ୨୭/୧୨(ଏସଏସନିୟୁଜ) ରାଜକନିକା ଥାନା ଅନ୍ତର୍ଗତ କାଟଣା ସିଙ୍ଗିଡ଼ି ଗ୍ରାମରେ ଗତକାଲି ଏକ ମହିନ୍ଦ୍ରା କାର୍ କାଚ ଭାଙ୍ଗି ୧ ଲକ୍ଷ ୭୭ହଜାର ଟଙ୍କା ଏବଂ ମୋବାଇଲ ଲୁଟ୍ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି । ହେମନ୍ତ ସାମଲ ତାଙ୍କ ଓଡି୦୨–ବିଟି–୫୩୩୩ନଂ ମହିନ୍ଦ୍ରା କାର ଘର ଆଗରେ ରଖିଥିଲେ।ଏହି କାରରେ ଲୋକମାନଙ୍କୁ ମଜୁରି ବାବଦରେ ଦେବାପାଇଁ ୧ଲକ୍ଷ ୭୭ ହଜାର ଟଙ୍କା ରଖିଥିଲେ ହେମନ୍ତ ।ତେବେ ଦୁଇଜଣ ଯୁବକ କାରର କାଚ ଭାଙ୍ଗି ଉକ୍ତ ଟଙ୍କାକୁ ଲୁଟି ନେଇଥିବାର ହେମନ୍ତ ଥାନାରେ ଅଭିଯୋଗ କରିଛନ୍ତି ।

 

Comments (0)
Add Comment