କାନାରାବ୍ୟାଙ୍କ୍ ରୁ ଲୁଟ ଉଦ୍ୟମ

ବାରଙ୍ଗ,୨୬/୭(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ନରାଜ ମାର୍ଥାପୁରଠାରେ ଥିବା କାନାରା ବ୍ୟାଙ୍କ୍ ରୁ ବିଳମ୍ବିତରାତିରେ ଲୁଟ ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଛି।ପୋଲିସ ଅଭିଯୋଗ ପାଇବା ପରେ ସନ୍ଧାନୀକୁକୁର ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
ପ୍ରକାଶ ଯେ,ଗୁରୁବାର ରାତି ୧.୧୫ମିନଟ ସମୟରେ ମୁହଁରେ ଗାମୁଛାବାନ୍ଧି ଆସିଥିବାଦୁଇଜଣ ଦୁର୍ବୃତ୍ତ ବ୍ୟାଙ୍କ୍ ର ଝରକା ଭାଙ୍ଗି ଭିତରକୁ ପଶିଥିଲେ ।ବ୍ୟାଙ୍କର ଦକ୍ଷିଣପାର୍ଶ୍ୱରେ ଥିବା ଝରକାକୁ ଏକ ଶାବଳ ସାହାଯ୍ୟରେ ତାଡି ଦୁର୍ବୁତମାନେ ଭିତରକୁ ପ୍ରବେଶ କରିଥିଲେ ।ଶୁକ୍ରବାରଦିନ ବ୍ୟାଙ୍କ୍ ଖୋଲିବାବେଳେ ଝରକା ଭଙ୍ଗା ଯାଇଥିବା ସହ କାଗଜପତ୍ର ସବୁ ଏଣେତେଣେ ପଡିଥିବାର ବ୍ୟାଙ୍କ୍ କର୍ମଚାରୀମାନେ ଦେଖିବାକୁ ପାଇଥିଲେ।କର୍ମଚାରୀମାନଙ୍କଠାରୁ ସୂଚନା ପାଇ ବ୍ୟାଙ୍କ୍ ମ୍ୟାନେଜର ବାରଙ୍ଗ ଥାନାକୁ ଜଣାଇଥିଲେ। ପରେ ପୋଲିସ ପୋଲିସ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।ଦୁଇଜଣ ଦୁର୍ବୁତ ଶାବଳ ସାହାଯ୍ୟରେ ଝରକା କୁ ଭାଙ୍ଗି ଭିତରକୁ ପଶିଥିବା ର ଜଣାପଡିଥିଲା। ବ୍ୟାଙ୍କରୁ କୌଣସି ଟଙ୍କା ନପାଇ କାଗଜପତ୍ର ସବୁ ଏଣେତେଣେ ପଡିଥିବାର ଦେଖିବାକୁ ପାଇଥିଲେ ।ପୋଲିସ ଘଟଣାସ୍ଥଳରୁ ଏକ ଶାବଳକୁ ଜବତ କରିଛି । ବ୍ୟାଙ୍କସୁରକ୍ଷା ପାଇ ଥିବା ଦୁଇଟି ବନ୍ଧୁକରୁ ଗୋଟିଏବନ୍ଧୁକ ଓ ଏକ ଟାବଲେଟ ଦୁର୍ବୁତ ନେଇଯାଇଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।ବ୍ୟାଙ୍କରେ ଲାଗିଥିବା ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

Comments (0)
Add Comment