ଭୁବନେଶ୍ବର:୧୯/୧୨(ଏସଏସ ନିଉଜ) ବୁଧବାର ସଂନ୍ଧ୍ୟା ସମୟରେ ଡେଲାଙ୍ଗ ହାଟରୁ ପଟଣପୁର ଗ୍ରାମର କେଲୁଚରଣ ସାହୁ(୭୦) ସଉଦାପତ୍ର କିଣି ଘରକୁ ଫେରୁଥିବା ବେଳେ ରାସ୍ତାର ପଟଣପୁର ଲୁଣାନଦୀ ସେତୁ ବ୍ରିଜର ବାଡ ନଥିବାରୁ ତଳକୁ ଖସିପଡି ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗ୍ରାମରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି ହୋଇଥିବା ସେତୁର ବାଡ ନିର୍ମାଣ କରିବା ପାଇଁ ଗ୍ରମବାସୀ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ବହୁବାର ଅଭିଯୋଗ ହେଇଆସୁଥିଲା ।ଦୁଇମାସ ତଳେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଉକ୍ତ ସେତୁ ଉପରେ ବାଡ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଥିଲେ ଯନ୍ତ୍ରି । ଯାହାର ଫଳ ସ୍ବରୁପ ବୁଧବାର ଦିନ ଜଣେ ବୃଦ୍ଧର ଜୀବନ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଗୁରୁବାର ଦିନ ଗ୍ରାମବାସୀମାନେ ଏକାଠି ହୋଇ କ୍ଷତିପୁରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କ୍ଷତିପୁରଣ ଦାବିରେ ମୃତଙ୍କ ପରିବାରଲୋକଙ୍କୁ ୫୦ଲକ୍ଷ ଟଙ୍କା , ଯନ୍ତ୍ରିଙ୍କ ବିରୁଦ୍ଧରେ ହତ୍ୟାମାମଲା ସହିତ ସାତ ଦିନ ଭିତରେ ବ୍ରିଜର ବାଡ କରିବା ଦାବିରେ ରାସ୍ତାରୋକ ହୋଇଥିବା ଜଣାପଡିଛି ।