ଯାଜପୁର,୧ା୬(ଏସଏସନିଉଜ) ବିଂଝାରପୁର ନିର୍ବାଚନମଣ୍ଡଳୀ ଫତେପୁରର ବୁଥନମ୍ବର ୧୫୭ର ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ମନୋରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତରା ସେହିଭଳିଭାବେ ଆଜି ସକାଳେ ୭୭ବର୍ଷର ଜଣେ ବୃଦ୍ଧ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବୁଥ୍ ଲେବଲ ଅଫିସରଙ୍କ ମୃତ୍ୟୁ
ବୁଥ୍ ଭିତରେ ଟଳିପଡ଼ିଲେ ବୃଦ୍ଧ
