ବ୍ଲକିଂବେଳେ ଧରାପଡିଲା

ବାରଙ୍ଗ,୨୫/୧୨(ଏସଏସନିଉଜ)ମଙ୍ଗଳବାର ରାତିରେ ଚନ୍ଦକା ପୋଲିସ ବ୍ଲକିଂ କରିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ରୋକିବା ପରେ ସେଥିରେ ଥିବା ୫ଜଣଙ୍କୁ ଗିରଫ କରିଛନ୍ତି ।ସେମାନଙ୍କଠାରୁ ପୋଲିସ ଏକ କାର ,ତିନୋଟି ମାଉଜର, ଦୁଇଟି ରିଭଲଭର,୧୫ଟି ଜୀବନ୍ତ ଗୁଳି,୭ଟି ମୋବାଇଲ୍ ଫୋନ୍ ଓ ନଗଦ୮୪ହଜାରେ ଟଙ୍କା ଜବତ କରିଛି।ତଦନ୍ତ ବେଳେ ଏହି ୫ଜଣ ଯୁବକ ଖଣିଜଦ୍ରବ୍ୟ ଚୋରା ଚାଲଣ ସହ ଗୋରୁଚାଲଣ କାରବାର କରୁଥିବାର ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନଥାନାରେ ୧୬ଟି ଅପରାଧିକ ମାମଲା ରହିଥିବାର ପୋଲିସ ଜାଣିବାକୁ ପାଇଥିଲା।
ପ୍ରକାଶଯେ,ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦକା ପୋଲିସ ମହାବୀର କଲେଜପାଖ କଟକ-ଖୋର୍ଦ୍ଧା ମୁଖ୍ୟରାସ୍ତାକୁ ଅବରୋଧ କରି ଚେକିଂ କରୁଥିଲେ ।ଏହି ସମୟର ଦୃତଗତିରେ ଆସୁଥିବା
ଏକ ଓଡି-୦୮-ଆର -୦୧୨୩ନମ୍ୱରଧଳାରଙ୍ଗର ହ୍ୟାରିଅର୍କାରକୁ ରୋକିଥିଲେ।କାରରେ ଥିବା ୫ଜଣସଦସ୍ୟ ପୋଲିସ ରୋକିବାକୁ ନେଇ ପାଟିତୁଣ୍ଡ ଆରମ୍ଭ କରିଥିଲେ।ଏହାପରେ ପୋଲିସ କାରକୁ ଯାଞ୍ଚ କରିବା ପରେ ତିନୋଟି ମାଉଜର, ଦୁଇଟି ରିଭଲଭର,୧୫ଟି ଜୀବନ୍ତ ଗୁଳି, ୭ଟି ମୋବାଇଲ୍ ଫୋନ୍ ଓ ନଗଦ ୮୪ହଜାରେ ଟଙ୍କା ଜବତ କରିଥିଲା।ଏହାପରେ କାରରେ ଥିବା
କଟକସଦର ଥାନା ଅଧିନସ୍ତ କାଜିପାଟଣାର ଭବାନୀ ପ୍ରସାଦ ମହାନ୍ତି(୩୨),ଖୋର୍ଦ୍ଧା ମସଜିଦ ସାହିର ରେହେମାତ୍ ଅଲି (୨୮),ଜଟଣୀ ତରବୋଇର ଏମ୍ ଡି ଜାକିର(୨୬),ବାଦାମବାଡ଼ି ଖାନନଗରର ଦୀପକ କୁମାର ସାହୁ (୩୬),ଖୋର୍ଦ୍ଧା ନୂଆବସଷ୍ଟାଣ୍ଡର ସଂଗ୍ରାମ ପ୍ରଧାନ ଓରଫ ଚନ୍ଦନ(୨୯)
ସମେତ ୫ଜଣଙ୍କୁ ଗିରଫ କରିଥିଲେ।୫ଜଣ ଯୁବକକୁ ଥାନାକୁ ଆଣି ତଦନ୍ତ କରିବା ବେଳେ ଏମାନେ ଅପରାଧିକ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ପାଖରେ ମାରଣାସ୍ତ୍ର ରଖିଥିବାରୁ ଜଣାପଡିଥିଲା।ଏମାନେ ବାଲି,ପଥର,ମୋରମ୍ ଭଳି ଖଣିଜ ପଦାର୍ଥର ବେଆଇନ କାରବାର ସହ ଖୋର୍ଦ୍ଧା,କଟକ, ଜଗତସିହପୁର ଆଦି ଜିଲ୍ଲାରେ ଗୋରୁ ଚୋରା ଚାଲଣ କରୁଥିବାର ପୋଲିସ ଆଗରେ ସ୍ବୀକାର କରିଥିଲେ।ଖୋରଧାଟାଉନ୍, ଖୋରଧାସଦର, କୁଜଙ୍ଗ, କଟକସଦର, ବିରିଡି, ଦରଘାବଜାର, ଆଠଗଡ଼ ଏବଂ ଖାରବେଳନଗର ଆଦି ଥାନାରେ ୧୬ ଟି ଅପରାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।୪୧୭/୨୪କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ୫ଜଣଙ୍କୁ ଗିରଫ କରି ବୁଧବାର ପୋଲିସ କୋର୍ଟଚାଲଣ କରିଛି।

Comments (0)
Add Comment