ଭୁବନେଶ୍ବର,୧୦/୧୦(ଏସଏସନିଉଜ)ବିଜେଡ଼ି ଛାଡିଲେ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡି ଟିକେଟରୁ କଟକ ବାରବାଟୀରୁ ଗତ ସାଧାରଣ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ବିଧାୟକ ରହିଥିଲେ। ପରେ ବିଜେପିରେ ଯୋଗ ଦେଇଥିଲେ। ହେଲେ, ବିଜେପିରେ ଯଥେଷ୍ଟ ସମ୍ମାନ ନମିଳିବାରୁ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ କଟକ ବାରବାଟୀ ପାଇଁ ବିଜେଡ଼ି ଟିକେଟରୁ ଲଢିଥିଲେ। ହେଲେ, ଆସନ ଜିତି ପାରିନଥିଲେ। ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ହୋଇଥିବାରୁ ଏହି ନିଷ୍ପତ୍ତି ନେଇଛି। ବହୁ ଆଲୋଚନା ଓ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନେଲେ। ଟିକେଟ ଦେଇଥିବାରୁ ନବୀନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରକାଶ।