ବିଷପିଇ ଆତ୍ମହତ୍ୟା କଲେ ଯୁବତୀ

ବାରଙ୍ଗ ୨।୧୨ (ଏସଏସନିଉଜ )ଚନ୍ଦକା ଥାନା ଅଧୀନସ୍ତ କଣ୍ଟାବାଡ଼ ଝୁମୁକା ଆଦିବାସୀ ସାହିରେ ଜଣେ ଯୁବତୀ ବିଶପାନ କରି ଆତ୍ମହତ୍ୟା କରିଛି।
ପୋଲିସ ସୂଚନା ମୁତାବକ ଶୁକ୍ରବାର ସାନ୍ଧ୍ୟରେ ଝୁମୁକାରେ ଫୂଟବଲ ଖେଳ ହେଉଥିଲା କ୍ଷ ଖେଳ ଦେଖିବା ପାଇଁ ଗାଁ ଲୋକଙ୍କ ସହ ସେଠିକାର ମହିଳା. ପୁରୁଷ ଓ ପିଲାମାନେ ଯାଇଥିଲେ।ପ୍ରତିମାବେରୁଆ (୧୬ )ନାମକ ଯୁବତୀ ଖେଳ ଦେଖୁଥିଲେ ।ରାତିହେବାରୁ ବାପା ଜଟ ବେରୁଆ ଝିଅକୁ ଘରକୁ ଯିବାପାଇଁ କହିବାରୁ ଝିଅ ରାଜି ହୋଇନଥିଲେ।ଏହାକୁନେଇ ବାପାଝିଅ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।ବାପା ରାଗିବାରୁ ପ୍ରତିମା ଘରକୁ ଫେରିଥିଲେ। ଘରକୁ ଆସି ବିଲରେ ପକାଯିବା ପାଇଁ ରହିଥିବା ବିଷକୁ ପିଇ ଦେଇଥିଲା କ୍ଷ ସଙ୍ଗେସଙ୍ଗେ ପରିବାର ଲୋକ ମେଣ୍ଢାଶାଳ ଡାକ୍ତରଖାନା ପରେ ୬ ନମ୍ବର ଡାକ୍ତରଖାନାକୁ ନେଇଯାଇ ଥିଲେ।ଚିକିତ୍ସା ଅବସ୍ଥାରେ ଶୁକ୍ରବାର ବିଲମ୍ଭିତ ରାତିରେ ପ୍ରତିମାର ମୃତୁ ଘଟିଥିଲା।ପୋଲିସ ଖବର ପାଇ ଶନିବାର ସକାଳେ ଡକ୍ଟରଖାନାରେ ପହଁଚି ମୃତଦେହକୁ ଜବତ କରି ଏକ ଅପମୃତୁ ମାମଲା ରୁଜୁକରି ବ୍ୟବଛେଦ ପାଇଁ ପଠାଇଥିଲା।

 

Comments (0)
Add Comment