ବିଜୟାଦଶମୀରେ ରାଜନାଥଙ୍କ ଶସ୍ତ୍ରପୂଜା

ଭୁବନେଶ୍ୱର,୧୩/୧୦(ଏସଏସନିଉଜ)ବିଜୟା ଦଶମୀ ଅବସରରେ ଶସ୍ତ୍ରପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ।ଗତକାଲି ଅର୍ଥାତ୍ ଶନିବାର ପ୍ରତିରକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି ।ସେଠାରେ ସେ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସୈନିକମାନଙ୍କ ସହ ସେ ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇଛନ୍ତି। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ଜାଣନ୍ତି ଯେ, ‘ଆଜି ହେଉଛି ଅସତ୍ୟ ଉପରେ ସତ୍ୟ ବିଜୟର ପର୍ବ। ଦଶହରା ହେଉଛି ବିଜୟର ପ୍ରତୀକ। ଆଜିର ଦିନରେ ହିଁ ଭଗବାନ ରାମ ଅସୁର ରାବଣକୁ ପରାସ୍ତ କରିଥିଲେ। ଏହା ମାନବତାର ବିଜୟ ଥିଲା କହିଛନ୍ତି।

Comments (0)
Add Comment