ବିଦ୍ୟାଳୟ ପରିଚାଳନା ନୁତନକମିଟି ଗଠନ

ବାରଙ୍ଗ, ୧୩/୭ (ଏସଏସନିଉଜ) ଶନିବାର ଦିନ ସକାଳ ୧୦ ଘଟିକା ସମୟରେ ଗଣ୍ଡରପୁର ସ୍ଥିତ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିବିକ୍ରମ ସେଠିଙ୍କ ତତ୍ଵାବଧାନରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି। ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ପରିଚାଳନା କମିଟିର ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ଦେବରାଜ ଭୋଇ, ଆଲୋକ କୁମାର ପଢ଼ିହାରୀ, ସୁଲେଖା ଭକତ, କବିତା ପଢିହାରି, ତ୍ରିବିକ୍ରମ ସେଠି, ସସ୍ମିତା ପାତ୍ର, ବଂଶୀଧର ସାହୁ ଓ ଦୁଇଜଣ ବିଦ୍ୟାଳୟର ମେଧାବୀ ଛାତ୍ର ଓ ଛାତ୍ରୀଙ୍କ ସହିତ ସୁବ୍ରତ ମହାପାତ୍ର ଓ ଅନ୍ୟ ୧୧ଜଣ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭାବେ ନବ ନିର୍ବାଚିତ ହେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ସୁକାନ୍ତ ରାଉତ କମିଟିର ଅଧକ୍ଷ ଓ ଜାନକୀ ରାଉତ ଉପାଧ୍ୟାକ୍ଷା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ। ସରକାରୀ ନିୟମାବଳୀ ଅନୁସାରେ ଏହାର କାର୍ଯ୍ୟକଳାପ ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଥିଲା। ଉକ୍ତ ସଭାକୁ ପରିଚାଳନା କରିଥିଲେ ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠି। ସୁବ୍ରତ ମହାପାତ୍ର ତାଙ୍କ ବକ୍ତବ୍ୟରେ
ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ, ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କିଭଳି ଉଜ୍ଜଳମୟ ହୋଇ ପାରିବ ଓ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକଙ୍କ ସୁସାମଞ୍ଜସ୍ୟ ରହିପାରିବ ସେନେଇ ସମସ୍ତେ ସଦସ୍ୟ ସଂକଳ୍ପ ନେଇଥିଲେ।

Comments (0)
Add Comment