ଜଳେଶ୍ୱର,୨୨/୧୦(ଏସଏସନିୟୁଜ) ଜଳେଶ୍ୱର ପୁଲିସ ଓ ଅବକାରୀ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ାଉ କରି ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁରରୁ ବିପୁଳ ପରିମାଣରେ ବ୍ରାଉନସୁଗାର ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରି ଜଣେ ମହିଳା ସମେତ ଦୁଇ ପୁରୁଷକୁ ଅଟକ ରଖିଛି । ଜଳେଶ୍ୱର ଥାନା ରାଜପୁର ଗ୍ରାମର ଶେଖ୍ କାଫାରୁଦିନଙ୍କ ସ୍ତ୍ରୀ ନୁରଜାହାଁ ବିବି ବିଦ୍ୟାଧରପୁର ଗ୍ରାମର ଶେଖ୍ ସଲାଉଦିନଙ୍କ ଘରକୁ ଆସିଥିବାବେଳେ ପୋଲିସ ଚଢଉ କରିଥିଲା । ଚଢ଼ାଉ କରିପୋଲିସ ନୁରଜାହାଁ ବିବିଙ୍କ ପାଖରୁ ଦୁଇକୋଟିଟଙ୍କା ମୁଲ୍ୟର ବ୍ରାଉନସୁଗାର ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରାଯିବା ସହିତ ଜଣେ ମହିଳା ସମେତ ଦୁଇ ପୁରୁଷକୁ ଅଟକ ରଖିଥିଲା ।ଏହପରେ ଉତକ୍ଷିପ୍ତ ହୋଇ ଏହି ପରିବାର ପୋଲିସ ଉପରେ ଆକ୍ରମଣ କରି ପୁଲିସ ଗାଡ଼ି କାଚ ଭାଙ୍ଗି ଶେକ୍ ସାଲାଉଦିନଙ୍କ ପୁଅକୁ ଛଡ଼ାଇ ନେଇ ଫେରାର କରାଇ ଦେଇଥିଲେ।
ବିଦ୍ୟାଧରପୁର ଅଞ୍ଚଳରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ
